oom

ନୂଆପଡା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍‌ ତରଫରୁ ଜୁନିୟର ଷ୍ଟେଟ୍‌ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ୍‌ ତରଫରୁ ଜୁନିୟର (୧୯ ବର୍ଷରୁ କମ) ଷ୍ଟେଟ୍‌ ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ, ଖଡ଼ିଆଳ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମଠାରେ ଉଦ୍‌ଘାଟିତ ହୋଇଯାଇଛି । ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଏହାର ଉଦ୍‌ଘାଟନ କରି ଏହି ପ୍ରତିଯୋଗିତା ରାଜ୍ୟରେ ବ୍ୟାଡମିଣ୍ଟନ ପ୍ରତି ଲୋକଙ୍କ ଆଗ୍ରହ ବଢିବା ଓ ଜାତୀୟ ଅନ୍ତର୍ଜାତୀୟ ଖେଳାଳିଙ୍କ ସୃଷ୍ଟି ହେବ ବୋଲି କହିଥିଲେ । ଅନ୍ୟତମ ଅତିଥି ଦ୍ୱୟ ଖଡ଼ିଆଳ ନଗରପାଳ ଉଜ୍ଜ୍ୱଳ ଗୁପ୍ତା, ବିଶିଷ୍ଠ ସମାଜସେବୀ ବିନୋଦ ଅଗ୍ରୱାଲ, ରାଜ୍ୟ ବେଡ଼ମିଣ୍ଟନ ସଙ୍ଘର ସାଧାରଣ ସମ୍ପାଦକ ନିଲେନ କୁମାର ଏହି ଟୁର୍ଣ୍ଣାମେଣ୍ଟ ଜିଲ୍ଲା ପାଇଁ ଗୌରବର ମୁହୂର୍ତ୍ତ ବୋଲି କହିଥିଲେ । ନୂଆପଡା ଜିଲ୍ଲା ବେଡ଼ମିଣ୍ଟନ ସଂଘର ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ସମ୍ପାଦକ ଅଙ୍କିତ କୁମାର ସାହୁ, ଅର୍ଗାନାଇଜ ସମ୍ପାଦକ ସୁଦୀପ୍ତ କୁମାର ବିଶୋଇ, ଟୁର୍ଣ୍ଣାମେଣ୍ଟ କୋ-ଅର୍ଡିନେଟର ପ୍ରଭଞ୍ଜନ ସେଠୀ, ଅକ୍ଷୟ କୁମାର ପାଢୀ, ଯୁଗ୍ମ ସମ୍ପାଦକ ଡକ୍ଟର ସରୋଜ କୁମାର ପଣ୍ଡା, ଦୁର୍ବା ରଞ୍ଜନ ଖମାରୀ, ଜିଲ୍ଲା କ୍ରୀଡା ଶିକ୍ଷା ନିରୀକ୍ଷକ ମହେଶ କୁମାର ଦଣ୍ଡସେନା, ରାଜାଏଟି ହାଇସ୍କୁଲର କ୍ରୀଡା ଶିକ୍ଷକ ରତନ ସିଂ ବାରିକ, ପ୍ରସନ୍ନ ମହାନା, କିରଣ ଧରୁଆ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.