
ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବାଦ ସାହିତ୍ୟ ଘର, ରାଉରକେଲା ତରଫରୁ ବସନ୍ତ ସାହିତ୍ୟ ଆସର ସେକ୍ଟର ୫ସ୍ଥିତ କଲଚରାଲ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍ ଆଲୋକ ରଂଜନ ମଲ୍ଲିକଙ୍କ ସଭାପତିତ୍ୱ, ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଦାସଙ୍କ ଆବାହକତ୍ୱ ଓ କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆଇନଜୀବୀ ତଥା ଶ୍ରମିକ ନେତା ବୈଦ୍ୟନାଥ ଦାସ ମୁଖ୍ୟଅତିଥି ଓ କବୟିତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦାସ ନିଜ ବକ୍ତବ୍ୟରେ ସମ୍ବାଦ ସାହିତ୍ୟ ଘରର ଭାଷା ସାହିତ୍ୟ ପ୍ରତି ପ୍ରତିବଦ୍ଧତା ଓ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସାହିତ୍ୟ ସମାଜର ହିତରେ କାର୍ଯ୍ୟ କରିଥାଏ ବୋଲି ମତ ରଖିଥିଲେ । ମୁଖ୍ୟବକ୍ତା ଶ୍ରୀମତୀ ପଟ୍ଟନାୟକ କହିଲେ ଯେ ସାହିତ୍ୟ ପାଠକ ଓ ଲେଖକଙ୍କ ମଧ୍ୟରେ ସେତୁ ସଦୃଶ୍ୟ କାର୍ଯ୍ୟ କରୁଥିବା ବେଳେ ବସନ୍ତ ଋତୁର ମହାତ୍ମ୍ୟ ଓ କାହିଁକି ଶ୍ରେଷ୍ଠ ଋତୁ ସେ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସମ୍ବିଧାନ ସନ୍ଦର୍ଶନର ରଚୟିତା ବିଭୁତି ଭୂଷଣ ଦାସ ଓ ସମାଜସେବୀ ଶ୍ରଦ୍ଧା ଷଡଙ୍ଗୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା । ସର୍ବଶ୍ରୀ ଆର୍ତ୍ତତ୍ରାଣ ମହାପାତ୍ର, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଅଭିରାମ ପ୍ରଧାନ, ବ୍ରଜେନ୍ଦ୍ର ଦାଶ, ବିଭୁ ନାୟକ, ବସନ୍ତ ବିଶ୍ୱକର୍ମା, ରାମକୃଷ୍ଣ ତ୍ରିପାଠୀ, ବ୍ରଜବିହାରୀ ଦାଶ, ଗଙ୍ଗାଧର ପୁହାଣ, ତ୍ରିଲୋଚନ ସ୍ୱାଇଁ, ଅଶୋକ କୁମାର ନାୟକ, କୁଂଜବିହାରୀ ରାଉତ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ନିକଟ ଅତୀତରେ ବହୁ ସାହିତ୍ୟିକ ବଂଧୁଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସାଧାରଣ ସଂପାଦକ ଶ୍ରୀ ଦାସ ସଂପାଦକୀୟ ବିବରଣୀ ସହ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଥିଲେ । ସଭାପତିତ୍ୱ ଅଭିଭାଷଣ ସହ ସଭାପତି ଶ୍ରୀ ମଲ୍ଲିକ ଆଗାମୀ ଦିନରେ ଏଭଳି ସହଯୋଗ ସମସ୍ତଙ୍କ ଠାରୁ ଆଶା କରିଥିଲେ । ଶେଷରେ ଅନ୍ୟତମ ସଦସ୍ୟ ଜ୍ୟୋତିର୍ମୟ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତ୍ୟ ଦାସ, ଲମ୍ବୋଦର ମହନ୍ତ, ମେଘମାଳା ଦାସ, ସୁପ୍ତି କର, ଅଜୟ କୁମାର ପୂଜାରୀ, ହରିହର ଶତପଥୀ, ଅଭିମନ୍ୟୁ ବେହେରା, ଜଗନ୍ନାଥ ରାଉତ, ଡଃ ସୁମନ ଦତ୍ତ, ଅର୍ପିତା ଦାସ, ଜୋସ୍ନା ଦାସ, ମଧୁସ୍ମିତା ଦାସ, ରଞ୍ଜନ କୁମାର ଲେଙ୍କା, ଗଣେଶ୍ୱର ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।