ଜୟପାଟଣା, (ଶେଷ ଦେବ ବେହେରା) : ଇନ୍ଦ୍ରାବତୀ ମୁଖୀଗୁଡାଠାରେ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜିତ କୁମାର କାର୍ଜିଙ୍କ ମୃତଦେହ ନିଜ ସରକାରୀ ବାସଭବନ ଆଇସିଆର୍ ୧ରୁ ପୋଲିସ ଉପସ୍ଥିତିରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସ୍ୱର୍ଗତ କାର୍ଜୀଙ୍କ ଅବସ୍ଥା ଠିକ୍ ନ ଥିବାରୁ ଗତ ଗୁରୁବାର ଦିନ ରାୟଗଡ଼ା ଅଞ୍ଚଳରୁ କିଛି ସମ୍ପର୍କୀୟମାନେ ନେବାପାଇଁ ଆସିଥିଲେ । କିନ୍ତୁ ଘରକୁ ନେବା ପାଇଁ ରାୟଗଡ଼ାରେ ରହୁଥିବା କାର୍ୟିଙ୍କ ବାପା ମାଆ ମନାକରିବାରୁ ସେମାନେ ଚାଲି ଯାଇଥିଲେ । ଶୁକ୍ରବାର ସକାଳୁ ଦେଖିଲା ବେଳକୁ ତାଙ୍କ ମୃତ ଶରୀର ଶୋଇଥିବା ଖଟିଆରେ ପଡ଼ିଥିଲା । ମୁଖୀଗୁଡା ଫାଣ୍ଡିକୁ ଖବର ଦେବା ପରେ ସ୍ଥାନୀୟ ପୋଲିସ ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ଅଣା ଯାଇଥିବା ସୂଚନା ମିଳିଛି । ଏ ସଂକ୍ରାନ୍ତରେ ଜୟପାଟଣା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି । ପରିବାର ଲୋକ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।
Prev Post