ସାହିତ୍ୟ ସଂସ୍କୃତିର ବାର୍ତ୍ତାବହ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦ ଦ୍ୱାରା କୁଆଁରମୁଣ୍ଡା କାଚାରୁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ସୃଜନୀ କାର୍ଯ୍ୟକ୍ରମ ଓ ବନ ମହତ୍ସୋବ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ନିରଞ୍ଜନ କରଣ କହିଥିଲେ ସାହିତ୍ୟ ବିନା ସଂସ୍କୃତିର ବିକାଶ ଅସମ୍ଭବ, ପୁରାଣ ଯୁଗରୁ ଆରମ୍ଭ କରି ବର୍ତ୍ତମାନ ସମୟର ବହୁ ଉଦାହରଣ ମାଧ୍ୟମରେ ପିଲାମାନଙ୍କୁ ବୁଝାଇ ଥିଲେ । ମୁଖ୍ୟଅତିଥି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶିବପ୍ରସାଦ ମିଶ୍ର କହିଥିଲେ ଗଛ ହିଁ ଜୀବନ । ବିନା ଗଛରେ ସୃଷ୍ଟି ତଷ୍ଟିବା ଅସମ୍ଭବ, କେବଳ ଗଛହିଁ ପରିବେଶ ସନ୍ତୁଳନର ମୁଖ୍ୟ ଭୂମିକା ନେଇଥାଏ । ଅନ୍ୟତମ ସମ୍ମାନିତ ଅତିଥି ତାଙ୍କ ବକ୍ତବ୍ୟରେ ଆମ ପରିବେଶ ଆମ ହାତରେ ଶୀର୍ଷକରେ ଆଲୋଚନା କରିଥିଲେ । ସଂସଦର ସଭାପତି ବିଜୟ କୁମାର ସାହୁ ରାଉରକେଲା ସାହିତ୍ୟ ସଂସଦର ଗଠର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ବରେଣ୍ୟ ବକ୍ତାଭାବେ କବି ସୁଶାନ୍ତ କୁମାର ନାୟକ ତାଙ୍କ ବକ୍ତବ୍ୟରେ ପିଲାମାନଙ୍କ ମନରେ ଆମ ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରତି କିପରି ଆଗ୍ରହ ସୃଷ୍ଟି ହେବ ସେ ବିଷୟରେ ସୁନ୍ଦର ଭାବଗର୍ଭକ ଭାଷଣ ରଖିଥିଲେ । ଏହି ଅବସରରେ ବନ ମହୋତ୍ସବ ପାଳନ କରିବାକୁ ଯାଇ ବିଭିନ୍ନ ପ୍ରକାରର ୨୫ଟି ଚାରାରୋପଣ କରାଯାଇଥିଲା । ପ୍ରାରମ୍ଭରେ ପିଲାମାନଙ୍କ ଦ୍ୱରା ସ୍ୱାଗତ ସଂଗୀତ ଏବଂ ଜାତୀୟ ସଂଗୀତ ଗାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଗୀତାରାଣୀ ସାହୁ ସଂଯୋଜନା କରିଥିବା ବେଳେ ଶିକ୍ଷକ ଭାଗ୍ୟଧର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ରନାଥ ବିଶ୍ୱଳ, ଅନିତା ରାଣୀ ଗୁଡିଆ, ରଶ୍ମିତା ମୁର୍ମୁ, ନିଳିମା ଭେଙ୍ଗ୍ରା, ହୃଷିକେଶ ଗର୍ତିଆ ଓ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.