ବିଶ୍ୱ ହୃଦୟ ଦିବସ ଅବସରରେ ଜନ ସାଧାରଣଙ୍କୁ ସଚେତନତା ବାର୍ତ୍ତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶ୍ୱ ହୃଦୟ ଦିବସ ଅବସରରେ ଜନ ସାଧାରଣଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ହୃଦ‌ରୋଗର କାରଣଗୁଡ଼ିକ ପ୍ରତି ସଚେତନ ରହିବା ସହିତ ସନ୍ତୁଳିତ ଆହାର, ନିୟମିତ ଯୋଗାଭ୍ୟାସ ତଥା ଶାରିରୀକ ବ୍ୟାୟାମ ଏବଂ ମାନସିକ ଅବସାଦକୁ ପରିହାର କରିବା ଉଚିତ । ସେହିପରି ଧୂମପାନ, ମଦ୍ୟପାନ, ମସଲାଯୁକ୍ତ ଖାଦ୍ୟ ଇତ୍ୟାଦିର ପରିହାର କରିବା ଉଚିତ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!