ls

ଅବସରପ୍ରାପ୍ତ ଇସ୍ପାତ ଶିକ୍ଷକ ସଂଘର ବାର୍ଷିକୋତ୍ସବ

sb

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଖଡ୍ଗ ଭବନଠାରେ ରାଉରକେଲା ଅବସରପ୍ରାପ୍ତ ଇସ୍ପାତ ଶିକ୍ଷକ ସଂଘର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅନ୍ତର୍ଯ୍ୟାମୀ ସାହୁଙ୍କ ସଭାପତିତ୍ୱ, ସାଧାରଣ ସଂପାଦକ ମଧୁସୂଦନ ବଳଙ୍କ ଆବାହକତ୍ୱ ତଥା ସହସଂପାଦକ ଉଦୟ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ସୋମନାଥ ଲେଙ୍କା, ସୁଧାକର ରଥ ଓ ଧୃବଚରଣ ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଦିବଙ୍ଗତ ଶିକ୍ଷକମାନଙ୍କ ବିୟୋଗରେ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ଶ୍ରୀ ବଳ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଭାପତି ଶ୍ରୀ ସାହୁ ସଂଘର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବରିଷ୍ଠ ଶିକ୍ଷକ ଶ୍ୟାମସୁନ୍ଦର ପରିଜା, ବିଷ୍ଣୁପ୍ରିୟା ମହାପାତ୍ର, ତାରିଣୀ ଚରଣ ସାହୁ, ସନ୍ତୋଷ କୁମାର ପଟେଲ, ଧୃବଚରଣ ବାରିକ, ମାଳତୀ ଦେବୀ, ସହଦେବ ପ୍ରଧାନ, ଭଞ୍ଜକିଶୋର ଜେନା, ଆଦିତ୍ୟ କୁମାର ତ୍ରିପାଠୀ, ଦାଶରଥି ମଲ୍ଲିକ, ସୁଲେଖା ମହାନ୍ତି, ଭାରତୀ ପତି, ଲୁଇସା ଏକ୍କା, ସୁଧୀର ନାୟକ, ବିକ୍ରମ ନାୟକ, ମେରୀ ଇ ଟିଗା ପ୍ରମୁଖଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକମାନେ ପରସ୍ପର ମଧ୍ୟରେ ଭାବବିନିମୟ, ପ୍ରତ୍ୟେକଙ୍କ ସୁଖ ଦୁଃଖରେ ସହଭାଗୀ ହେବା ଓ ଅନୁଷ୍ଠାନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମତ ରଖିଥିଲେ । ଶେଷରେ ବିଶ୍ୱନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅବସର ନେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ ।

pc pk
Leave A Reply

Your email address will not be published.