ବେଲପଡା ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱମ୍ବର ବୁଡେକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବେଲପଡା ଏବିଇଓ ଚତୁର୍ଭୁଜ ମିର୍ଧା ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଚିତ୍ତରଞ୍ଜନ ପଣ୍ଡା, ସାରସ୍ୱତ ଅତିଥି ଭାବେ ସରପଞ୍ଚ ହରିଶ ବୁଡେକ, ସମ୍ମାନିତ ଅତିଥି ଭାବେ ନରେଶ ସେଟ, କୀର୍ତିଚନ୍ଦ୍ର ବୁଡେକ, ଅଶୋକ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ସର୍ବ ପ୍ରଥମେ ଅତିଥିମାନଙ୍କ ଦ୍ଵାରା ବୀଣାପାଣିଙ୍କୁ ପୂଜାର୍ଚ୍ଚନା କରି ଉତ୍ସବକୁ ଆଗେଇ ନିଆଯାଇଥିଲା । ପରେ ଅତିଥିମାନେ ନିଜ ନିଜ ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଚିତ୍ତାକର୍ଷକ ନାଚ ଗୀତ ପରିବେଷଣ କରାଯାଇଥିଲା । ପରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟତ୍ରୀ ଗୌରୀ ରାଉତ ।

Leave A Reply

Your email address will not be published.