ବିଜାଢୋଲ ସେବାଶ୍ରମରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଜାଢୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟ (ଏସ୍‌ଏସ୍‌ଡ଼ି)ରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଦିଲୀପ କେଉଁଟ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଶ୍ରୀମତୀ ରଜନୀ ହାତୀ ଓ କମିଟିର ସଭ୍ୟ ସଭ୍ୟା ଆମନ୍ତ୍ରିତ ହୋଇ ଯୋଗ ଦେଇଥିଲେ । ସଭାର ପରିଚାଳନା ଶିକ୍ଷକ ଅନ୍ତର୍ଯ୍ୟାମୀ ଭୋଇ କରିଥିଲେ । ବିଦ୍ୟାଳୟର କ୍ରୀଡା ମନ୍ତ୍ରୀ ବିଜାଢୋଲ ସ୍ଥିତ ସପ୍ନେଶ୍ୱର ବିଶି ମନ୍ଦିରରୁ ମଶାଲ ଆଣିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଳାମ୍ବର ସାହୁ ତାଙ୍କ ବକ୍ତବ୍ୟ ରଖିବା ପରେ ବିଭିନ୍ନ ପ୍ରକାର କ୍ରୀଡ଼ା ଉଭୟ ବାଳକ ଓ ବାଳିକା ବର୍ଗ ନିମନ୍ତେ ୧୦୦ ମିଟର ଦୌଡ଼, ୨୦୦ମିଟର ଦୌଡ଼, ସ୍ଲୋ ସାଇକେଲ ରେସ୍‌, ସ୍କିପିଂ, ସଟ୍‌ଫୁଟ୍‌, ଡ଼ିସକସ ଥ୍ରୋ, ଜାଭେଲିନ ଥ୍ରୋ, ଉଚ୍ଚଡିଆଁ, ଲମ୍ବଡିଆଁ, ଲେମନସ୍ପୁନ ଦୌଡ଼ ଆଦି ପ୍ରତିଯୋଗିତା ମାନ କରାଯାଇଥିଲା । କ୍ରୀଡ଼ାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ରାଜୀବଲୋଚନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.