କବିତା ଝଙ୍କାର ସାହିତ୍ୟ ସଂସଦର ବାର୍ଷିକୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରାଯିବା ସହିତ ଓଡିଆ ଭାଷାର ଶ୍ରୀ ବୃଦ୍ଧି କରାଯାଉ । ସାହିତ୍ୟ ପ୍ରଚାର ଧର୍ମୀ ନହୋଇ ସାମୂହିକ ହେଉ ଏବଂ ସାଂପ୍ରତିକ ସମାଜର ବାର୍ତ୍ତା ବହନ କରୁ । ସାହିତ୍ୟ ମନୋରଂଜନର ମାଧ୍ୟମ ନ ହୋଇ ସମାଜର ଜଣେ ସଜାଗ ପ୍ରହରୀ ହେଉ । ଏହି ଭାବନାକୁ ଦୃଷ୍ଟିରେ ରଖି ଆଜି ପୁରୀ ଜିଲ୍ଲା ସଂସ୍କୃତି ଭବନଠାରେ ରାଜ୍ୟସ୍ତରୀୟ କବିତା ଝଙ୍କାରର ଭବ୍ୟ ବାର୍ଷିକ ମହୋତ୍ସବ ଆୟୋଜିତ ହୋଇଯାଇଛି । କବିତା ଝଙ୍କାରର ସଭାପତି କୃଷ୍ଣଚନ୍ଦ୍ର ବାରିକ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ନିତ୍ୟାନନ୍ଦ ଖମାରୀ ଯୋଗଦେଇ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବରେ ଡା. ସଂଗ୍ରାମ କେଶରୀ ସାମନ୍ତରାୟ, ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ କବି ରାମଚନ୍ଦ୍ର ନାଏକ, ପ୍ରବାସିନୀ ମିଶ୍ର, ଡା.ରଘୁନାଥ ମେହେର, ଡ. ଇତିଶ୍ରୀ ଦାଶ, ଲିଲି ପଟେଲ, ଡା. ଦିଲ୍ଲୀପ ସେନାପତି ପ୍ରମୁଖ ଯୋଗଦେଇ ସାହିତ୍ୟ ଝଙ୍କାରର ପ୍ରଗତି ଓ ସମାଜରେ ଦାୟିତ୍ୱ ବୋଧ ବିଷୟରେ ମତବ୍ୟକ୍ତ କରିଥିଲେ । କବିତା ଝଙ୍କାରର ପ୍ରତିଷ୍ଠାତା ସଂପାଦକ ଶିବାତ୍ମକ ପଣ୍ଡା ସଂପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା । କବୟିତ୍ରୀ ପ୍ରମୋଦିନୀ ଦେଇ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସମାଜରେ ଲବ୍ଧ ପ୍ରତିଷ୍ଠିତ କବି, କବୟିତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ସମାଜସେବୀମାନଙ୍କୁ ଅତିଥିମାନେ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ଏହି ଅବସରରେ କବିତା ଝଙ୍କାର ଅନୁଷ୍ଠାନର ମୁଖପତ୍ର “ହିତ୍ୟାଶା” ସହିତ ଦିନେଶ ଭୋଇଙ୍କ ପ୍ରେମାନୁରାଗ ଓ ମା’ ଦଶମତୀ ପୁରାଣ, ଜୟନ୍ତୀ ନନ୍ଦଙ୍କ ଅବ୍ୟକ୍ତ ଅନୁଭବ, ଡ.ସସ୍ମିତା ମିଶ୍ରଙ୍କ କବିର କଳ୍ପନା, ଝରଣା ତନ୍ତୀଙ୍କ ବିବର୍ଣ୍ଣା ପ୍ରତ୍ୟୁଷ ଲୋକାର୍ପଣ ହୋଇଥିଲା । ଶେଷରେ କବିତା ଝଙ୍କାରର ମୁଖ୍ୟ ଉପଦେଷ୍ଟା ରବି ଚନ୍ଦ୍ର ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ ଓ କାର୍ଯ୍ୟକ୍ରମ ସଂଯୋଜନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!