ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ନାଚିନ୍ଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖରିଦଚକ ଚକେଶ୍ୱରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷାବିତ୍ ହରେକୃଷ୍ଣ ଦାସ ଅଧିକାରୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶିଶିର କୁମାର ରଣା, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ବରେନ୍ଦ୍ର ନାଥ ଗିରି, ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ ସରପଞ୍ଚ ଶ୍ରୀପତି ଜେନା, ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଅଜିତ କୁମାର ଦେ, ୱାର୍ଡମେମ୍ବର ରତିକାନ୍ତ ଦେ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଗୌର ଗୋପାଳ ପାତ୍ର, ଉପସଭାପତି ସସ୍ମିତା ପାତ୍ର, ଅଙ୍ଗନୱାଡି ଶିକ୍ଷୟିତ୍ରୀ ଅଞ୍ଜନା ରାଣୀ ଦେ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନେ ଭଲ ପାଠ ପଢ଼ିବା ସହିତ ଗୁରୁଜନଙ୍କ କଥାମାନି ଚଳିଲେ ଦୁନିଆରେ ବଡ଼ ମଣିଷ ହେଇପାରିବେ ବୋଲି ମତବ୍ୟକ୍ତ କରିବା ସହିତ କୃତିଛାତ୍ର ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ଏଥିସହିତ ଉକ୍ତ ବିଦ୍ୟାଳୟରେ ଛାତ୍ରୀ ଦେବତନୟା ଦେ ତୃତୀୟ ଶ୍ରେଣୀ ବିଦ୍ୟା ବୃତ୍ତି ପରୀକ୍ଷାରେ ୧୦୦ରୁ ୧୦୦ ମାର୍କ ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିବା ସହିତ ଭୋଗରାଇ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ବିଦ୍ୟାଳୟ ତରଫରୁ ଦେବତନୟା ଦେଙ୍କୁ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ବିଦ୍ୟାଳୟର ଶିକ୍ଷୟିତ୍ରୀ କମଳିନୀ ଦାସ, ମମତା ପାଳ, କଳ୍ପନା ଗିରି, ସୌଦାମିନୀ ଦେ ପ୍ରମୁଖ ଉପସ୍ଥିତ ହୋଇ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦୀପାଞ୍ଜଳି ଜେନା ଅତିଥିମାନଙ୍କ ପରିଚୟ ସହ ମଞ୍ଚ ଆହ୍ୱାନ କରିଥିବା ବେଳେ ଶିକ୍ଷକ ସଞ୍ଜୟ କୁମାର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ବରଦାକାନ୍ତ ଦେ, ରଞ୍ଜନ କୁମାର ଦେ, ଅଶୋକ କୁମାର ଦେ, ଅନିତା ଦେ, ସରୋଜ ଦାସ ଅଧିକାରୀ, ସୁସ୍ମିତା ଜେନା, ମମତା ପାତ୍ର, କବିତା ଦାସ, ରଞ୍ଜିତା ସେଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।