oum

ବାର୍ଷିକ କ୍ରୀଡ଼ା ଏବଂ ବାର୍ଷିକ ଉତ୍ସବ : ସରକାରୀ ୟୁଜି ଉଚ୍ଚ ବିଦ୍ୟାଳୟ ହିଆଲ

jsm

ତୁରେକେଲା, (କୈଲାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ହିଆଲ ସରକାରୀ ୟୁଜି ବିଦ୍ୟାଳୟ ପଡ଼ିଆରେ ଗତ ୧୪ ଡ଼ିସେମ୍ବର ରୁ ୧୫ ଡିସେମ୍ବର ଦିନ ବାର୍ଷିକ କ୍ରୀଡ଼ା ଏବଂ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଭରାସଗ୍ରିଆଙ୍କ ସଭାପତିତ୍ୱରେ ରାଜେନ୍ଦ୍ର ଡୋରା ମଞ୍ଚ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ନଂ୧୧ ଜୋନ୍ ଜିଲ୍ଲା ପରିଷଦ କୌଶିକ ମେହେର, ସମ୍ମାନିତ ଅତିଥି ଅଶୋକ ତରିଆ, ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦ ପ୍ରଶାନ୍ତ ବିଶ୍ୱାଲ, ଶମ୍ଭୁ ବିଶି, ମମତା ପଣ୍ଡା, ଲତାମଣି ସ୍ୱାଇ ଓ ଅନ୍ୟ ପ୍ରିୟ ବନ୍ଧୁଗଣ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.