oom

ବାର୍ଷିକ ଉତ୍ସବ ପାଳିଲେ କୁନି କୁନି ଛାତ୍ରଛାତ୍ରୀ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଗୋଖରକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । କୁନି କୁନି ଛାତ୍ରଛାତ୍ରୀଙ୍କ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଦେଖି ଝୁମିଥିଲେ ଗ୍ରାମବାସୀ । ମୁଖ୍ୟ ଅତିଥି ଭାବେ ସରପଞ୍ଚ ସଂଯୁକ୍ତା ପ୍ରଧାନ, ସମ୍ମାନିତ ଅତିଥି ବୁର୍ଲା ମେଡିକାଲ ପ୍ରଫେସର ଡ଼କ୍ଟର ମାଧବ ନାୟକ, ଡାକ୍ତର ଦେବାନନ୍ଦ ସ୍ୱାଇଁ, ସ୍କୁଲ ପରିଚାଳନା କମିଟି ସଭାପତି ବିଜୟ ଜେନା, ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ବେହେରା, ବିଆର୍‌ସିସି ବିଜୟ କୁମାର ବେହେରା, ଗୋଖରାକୁଡା ସ୍କୁଲ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ପଟ୍ଟନାୟକ, ସିଆର୍‌ସିସି ସୁରେନ୍ଦ୍ର ସେଠି ପ୍ରମୁଖ ମଂଚାସୀନ ଥିଲେ । ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସିଆର୍‌ସିସି ସଞ୍ଜୟ କୁମାର ତରାଇ, ଖବରଦାତା ବିଦ୍ୟାଧର ସାହୁ, ପ୍ରଦୀପ କୁମାର ପଣ୍ଡା, ଉମାକାନ୍ତ ବେହେରା, ପୂର୍ବତନ କମିଟି ସଭାପତି ଆର୍‌ କାଶୀନାଥ ପ୍ରମୁଖଙ୍କୁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶିକ୍ଷକ ରଘୁନାଥ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକ, ଶିକ୍ଷୟିତ୍ରୀ ସୁଜ୍ଞାନୀ ସାହୁ, ଝୁମିତା ବେହେରା, ପ୍ରମିଳା ଶବର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.