ସଇଁତଲା କନ୍ୟାଆଶ୍ରମ ଏସ୍‌ଏସ୍‌ଡି ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ସ୍ଥାନୀୟ କନ୍ୟା ଆଶ୍ରମ (ଏସ୍‌ଏସ୍‌ଡି) ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିବେଦିତା ହୋତାଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ଧୁମ୍‌ଧାମ୍‌ ସହ ପାଳନ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପ୍ରଫେସର ସଂଜୀବ କୁମାର ତ୍ରିପାଠୀ ଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ବୈଠକରେ ମୁଖ୍ୟବକ୍ତା ଭାବରେ ଡେପୁଟି ମେନେଜର ଆର୍‌ବିଆଇ ଦେବରାଜ ମେହେର, ସମ୍ମାନିତ ଅତିଥି ଭାବରେ ଖଗେଶ୍ୱର ରଣା ଓ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଆକାଶ ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇ ବିଦ୍ୟାଳୟର ଉନ୍ନତି ସାଙ୍ଗକୁ ଛାତ୍ରୀମାନଙ୍କ ଭବିଷ୍ୟତ ଉପରେ କାମନା କରିଥିଲେ । ପରେ ବିଦ୍ୟାଳୟର ସଙ୍ଗୀତ ଶିକ୍ଷୟତ୍ରୀ କଳ୍ପନା ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଛାତ୍ରୀମାନଙ୍କ ଦ୍ୱାରା ମା’ ସରସ୍ୱତୀଙ୍କ ସଂଗୀତ ପରିବେଷଣ ହୋଇଥିଲା । ଉକ୍ତ ସଭାକୁ ଶିକ୍ଷୟତ୍ରୀ ବିଦ୍ୟୁତଲତା ଦେଇ ମଞ୍ଚକୁ ପରିଚାଳନା କରିଥିଲେ । ଏହାର ପୁରସ୍କାର ବିତରଣ ଉତ୍ସବରେ ଶିକ୍ଷୟତ୍ରୀ ସଂଗୀତା ରଥ ଓ ସନ୍ଧ୍ୟାରାଣୀ ଗହୀରଙ୍କ ତତ୍ତ୍ୱାବଧାନରେ ଅତିଥିମାନେ କୃତି ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ଜୟନ୍ତୀ ସାହୁ ଓ ବିଜୟଲକ୍ଷ୍ମୀ ଦାସଙ୍କ ତତ୍ତ୍ୱାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ବଲପୁରୀ, ଆଦିବାସୀ ନୃତ୍ୟ ବେଶ ଆକର୍ଷଣୀୟ ରହିଥିବାରୁ ଲୋକମାନଙ୍କ ମନ ମୋହିଥିଲା । ଏହି କାର୍ଯ୍ରକ୍ରମକୁ ଶିକ୍ଷୟତ୍ରୀ ପ୍ରତ୍ୟାସିନୀ ବାଗ, ସୁହାସିନି ମିଶ୍ର, ଅର୍ଣ୍ଣପୂର୍ଣ୍ଣା ମାଝୀ, ଗଗନ ବେହେରା, କଳ୍ପନା ରାଉଳ, ସ୍ଵାଗତିକା ଶତପଥି, ପଦ୍ମାଳୟା ପାତ୍ର ପ୍ରମୁଖ ପରିଚାଳନାରେ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ଶ୍ରୀଲତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.