oom

ଲଙ୍ଗଲକଟା ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟର ଲଙ୍ଗଲକଟା ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏସଏମସି ଅଧ୍ୟକ୍ଷ ମଧୁସୂଦନ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିବା ସହ ବାର୍ଷିକ ଉତ୍ସବ ଏକ ଆଦର୍ଶ ବିଦ୍ୟାଳୟର ମୁଖପାତ୍ର ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଏବିଇଓ ଜଗତ ମଲ୍ଲିକ, ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକ ଧନେଶ୍ୱର ଷଡ଼ଙ୍ଗୀ, ବେହେରାମାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୁରାରୀ ରଥ, ବେହେରାମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶାନ୍ତନୁ ବାରିକ,ସିଆରସିସି ସୁରେନ୍ଦ୍ର ରଥ ଉପସ୍ଥିତ ଥିଲେ ।ପ୍ରଧାନଶିକ୍ଷକ ସୁଦାମ ଖମାରୀ ବାର୍ଷିକ ବିବରଣୀ ପଠନ କରିଥିଲେ । ଶିକ୍ଷୟିତ୍ରୀ ବବିତା ସାହୁ ଅତିଥି ପରିଚୟ କରିଥିବାବେଳେ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ ସଭାପରିଚାଳନା କରିଥିଲେ । ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ତଥା ବିଭିନ୍ନ ସମୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା, ତଥା ପ୍ରଥମ ସମାପ୍ତିସୂଚକ ମୂଲ୍ୟାୟନରେ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହିତ ପୁରସ୍କାର ଦିଆଯାଇଥିଲା । ଶେଷରେ ଶିକ୍ଷକ ଦୀନବନ୍ଧୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନମୋହିଥିଲା । ସମସ୍ତ ଛାତ୍ରଛାତ୍ରୀ, ଅବିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟା ଓ ଲଙ୍ଗଲକଟା ଗ୍ରାମବାସୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.