oom

ଇସ୍ପାତ ସାହିତ୍ୟ ସଂସଦର ୫୪ତମ ବାର୍ଷିକ ଉତ୍ସବ ସମ୍ପନ୍ନ

jsmm

ରାଉଲକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ୫୪ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଉଦ୍‌ଘାଟକ ଭାବରେ ରଘୁନାଥପଲ୍ଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ମୁଖ୍ୟଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିବା ବେଳେ ବିଜୟ ଉପାଧ୍ୟାୟ ସମ୍ମାନିତ ଅତିଥି ତଥା ଡ. ନଗେନ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ସମସ୍ତେ ଆଗେଇ ଆସିବା ନିମନ୍ତେ ଆହ୍ୱାନ ଦେଇଥିଲେ । କବି ସୁଚିତ୍ରା ଲେଙ୍କା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଉପସଭାପତି ରଶ୍ମିବାଳା ରାଉତରାୟ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ଵାଳ ବାର୍ଷିକ ବିବରଣୀ ପାଠ କରିଥିଲେ । କବି ସୁସ୍ମିତା ମହାପାତ୍ରଙ୍କ ପରିଚାଳନାରେ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା । ମଞ୍ଜୁଳା କୁମାରୀ ରଥ ଏଵଂ ଶିକ୍ଷାବିତ ପ୍ରଶାନ୍ତ କୁମାର ପତିଙ୍କୁ ବ୍ୟାସକବି ପୁରସ୍କାର ପ୍ରଦାନ କରାଯାଇଥିଲା । ସବିତା ବସ୍ତିଆ, ଜୀବେଶ୍ୱରୀ ପଟେଲ, ଡ. ମନୋଜ କୁମାର ପ୍ରଧାନ, ଗୋକୁଳ ଚନ୍ଦ୍ର ଧଳ, ପ୍ରତାପ କୁମାର ପଣ୍ଡା, କାଶୀନାଥ ପ୍ରଧାନ, ବିନୋଦ ବାଘସିଂହ, ସୁଶୀଲ କୁମାର ଜେନା, ଡ. ସରୋଜିନୀ ସାହୁ, ଦିବାକର ଦାସ, ଗୀତାରାଣୀ ବେହେରା ପ୍ରମୁଖ କବି ଓ ଲେଖକ ମାନଙ୍କୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଇତ୍ୟବସରରେ ସଂସଦର ବାର୍ଷିକ ମୁଖପତ୍ର ‘ ସ୍ତବକ ‘ ଉନ୍ମୋଚିତ ହୋଇଥିଲା । ସହ ସାଧାରଣ ସଂପାଦକ ଗୌତମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏବଂ ବିଜୟିନୀ ଜେନା, ମମତା ଜେନା ଓ ସୁମିତ୍ରା ମିଶ୍ରଙ୍କ ସଂଯୋଜନାରେ ଏକ ସ୍ୱରଚିତ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚାଳିଶ ଜଣ କବି କବିତା ପାଠ କରିଥିବା ବେଳେ ଡ. କିଶୋରୀ ଦାସ, ରାଜୀବ ପାଣୀ, ହରମୋହନ ମିଶ୍ର, ତ୍ରିଲୋଚନ ମଥାନ, ପଶୁପତି ଚାଟାର୍ଜୀ, ଅକ୍ଷୟ ଦାସ, ତାରିଣୀ ଚରଣ ସାହୁ, ସଞ୍ଜୀବ ଭୋଇ, ଡ଼ ଅନଙ୍ଗ ପ୍ରହରାଜ ପ୍ରମୁଖ ବହୁ କବି ଓ ଲେଖକ ତଥା ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ । ଶେଷରେ କବି ଉପେନ୍ଦ୍ର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.