ବେଲପଡା ଦୀନରଘୁ ହାଇସ୍କୁଲରେ ବାର୍ଷିକ କ୍ରୀଡା

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ଦୀନରଘୁ ମେହେର ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତା, ଶିକ୍ଷକ ପ୍ରଭାକର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସରପଞ୍ଚ ହରିଶ୍ଚନ୍ଦ୍ର ବୁଡେକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳ ପ୍ରତିଯୋଗିତା ଆରମ୍ଭ କରିଥିଲେ । ପୂର୍ବ ଖେଳ ଶିକ୍ଷକ କୁଶଧ୍ୱଜ ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳ ଶିକ୍ଷକ ନୀତେଶ ତାଣ୍ଡିଙ୍କ ତତ୍ୱାବଧାନରେ ୧୪୦ ଜଣ ଛାତ୍ର ଭାଗ ନେଇଥିଲେ । ଶିକ୍ଷକ ସୌମ୍ୟ ପାତ୍ର, ଆଶିଷ ସାମଲ, ଶିକ୍ଷୟିତ୍ରୀ ପ୍ରିୟଙ୍କା ପ୍ରଧାନ, ସୁନିତା ଭୋଇ ଓ ହୀରାକାନ୍ତି ମାଝୀ ସହଯୋଗ କରିଥିଲେ । ଛାତ୍ର ନବୀନ ସୁନା ଚାମ୍ପିଅନ ହୋଇଥିଲେ ।

Leave A Reply

Your email address will not be published.