ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଜଣାଶୁଣା କବି ସୁଶାନ୍ତ କୁମାର ନାୟକଙ୍କ ତୃତୀୟ କବିତା ସଙ୍କଳନ ନୀଳତୃଷ୍ଣାର ରାତି , ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନ ପରିସରରେ ଉତ୍କଳ ଭାରତୀ ବିଦୁଷ ସଭାଦ୍ୱାରା ଆୟୋଜିତ ବାର୍ଷିକ ଉତ୍ସବରେ ପୁରସ୍କୃତ ହୋଇଛନ୍ତି । ଅନୁଷ୍ଠାନ ତରଫରୁ ଶ୍ରୀ ନାୟକଙ୍କୁ ମାନପତ୍ର, ଉପଢୌକନ ଓ ଆର୍ଥିକ ରାଶି ସହାୟତା ଦେଇ ସମ୍ମାନିତ କରାଯାଇଥିଲା । ନୀଳତୃଷ୍ଣାର ରାତି ପୁସ୍ତକଟିରେ ସନ୍ନିବେଶିତ ପଦ୍ୟଗୁଡିକରେ ଶବ୍ଦ ସଂଯୋଜନାକୁ ଉପସ୍ଥିତ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସୌମ୍ୟରଂଜନ ପଟ୍ଟନାୟକ, ବରେଣ୍ୟ ଅତିଥି ଭାବେ ହରିହର କାନୁନଗୋ, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ କବି ରକ୍ଷକ ନାୟକ, ବରେଣ୍ୟ ବକ୍ତା ଭାବେ ପ୍ରାକ୍ତନ ହାଇକୋର୍ଟ ରେଜିଷ୍ଟାର କେଶବ ଚନ୍ଦ୍ର ରାଉତ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟପକ ଜୋତିର୍ମୟ ଦାଶ ପ୍ରମୁଖ ଯୋଗଦାନ କରି ସେମାନଙ୍କର ବକ୍ତବ୍ୟ ରଖିଥିଲେ । ସଭାର ମୁଖ୍ୟ ଶଶଧର ପଣ୍ଡା ମଂଚ ପରିଚାଳନା କରିଥିଲା ବେଳେ ଉତ୍କଳ ଭାରତୀ ବିଦୁଷ ସଭାର ସଭାପତି କଣ୍ଡୁରି ଚରଣ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।