
ପାଟଣାଗଡ଼, (କେପିଏନ୍ଏସ୍) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ଈଶ୍ଵର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ବିରଥ କୁମାର ଭୋଇ ମୁଖ୍ୟ ଅତିଥି ଭାବେରେ ଓ ସତ୍ୟ ନାରାୟଣ ସାହୁ, ସଂଯୋଜକ ଛୁଆଲିଉଦର କ୍ଳଷ୍ଟର ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ବିଦ୍ୟାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶିକ୍ଷକ ସନ୍ଦୀପ କୁମାର ସାହୁ ଅତିଥି ପରିଚୟ ଓ ଦେବରାଜ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନୀଳମଣି ନାଏକ, ସଭ୍ୟ ସନ୍ତୋଷ ରଣା, ଆଲୁମିନି ସୁଶୀଲ ସାହୁ, ଯତୀନ୍ଦ୍ର ତାଣ୍ଡି ଯୋଗଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ଉର୍ବଶୀ ରାଜହଂସ ଓ ଅନୀମା ପଧାନ ସହଯୋଗ କରିଥିଲେ ।