
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡ଼ଗୋଠ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସତ୍ୟରାମ ଭୋଇ ବିବରଣୀ ପଠନ କରିଥିବା ବେଳେ ସହକାରୀ ଶିକ୍ଷକ ରାୟଦତ୍ତ ବିଶ୍ଵାଳ ମଞ୍ଚ ପରିଚଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ପୂର୍ବତନ ସରପଞ୍ଚ ଟିକେରାମ ରଣା, ସମ୍ମାନିତ ଅତିଥି ରାଧେଶ୍ୟାମ ରଣା ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ନୃତ୍ୟଗୀତ ପରିବେଷଣ କରି ପୁରସ୍କୃତ ହୋଇଥିଲେ । ପୂର୍ବତନ ଶିକ୍ଷକ ଉଦୟଶଙ୍କର ରଣା, ଉପେନ୍ଦ୍ର ମିଶ୍ର, ଚନ୍ଦ୍ରଶେଖର ରଣା ଓ ଗୁଣନିଧି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରାତନ ଛାତ୍ର କୁନ୍ଦୁରୁ ରଣା, ଗୋବିନ୍ଦ ରଣା ଓ ଗୋପାଳ ରଣା ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ରାଜକିଶୋର ସାମଲ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।