ଗନିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗନିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏସ୍‌ଏମ୍‌ସି ଚେୟାରପର୍ସନ ସୁଧୀର ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷାଧିକାରୀ ଗଣେଷ କିଷାନ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିବା ସହ ଶୈକ୍ଷିକ ଓ ସହଶୈକ୍ଷିକ ଉଭୟ ବିଷୟରେ ଉତ୍କର୍ଷତା ହାସଲ ପାଇଁ ଛାତ୍ରଛାତ୍ରୀମାନେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଚେରୁପାଲି ସିଆର୍‌ସିସି ଦିଲୀପ ପଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭଲ ମଣିଷ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଚିନାଜୁରୀ ସିଆର୍‌ସିସି ରମେଶ ଭୋଇ, ଅନ୍ଧାରିବାଞ୍ଜି ସିଆର୍‌ସିସି ଚିତ୍ତରଞ୍ଜନ ଠାକୁର, ଶିକ୍ଷକ ଆର୍ତତ୍ରାଣ ଓତା, ପୁରାତନ ଛାତ୍ର ଅଚ୍ୟୁତାନନ୍ଦ ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ମନ ଯୋଗୀ ହୋଇ ପାଠ ପଢି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାକୁ ପ୍ରେରଣା ଦେବା ସହ ଶୈକ୍ଷିକ ଓ ସହ ଶୈକ୍ଷିକ ଦିଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନକରି ଉତ୍ସାହିତ କରିଥିଲେ । ସପ୍ତମ ଶ୍ରେଣୀର ଛାତ୍ରୀ ରେଶ୍ମା ସାହୁଙ୍କୁ ଚମ୍ପିୟନ ଟ୍ରଫି ପ୍ରଦାନ କରାଯାଇଥିଲା । ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାଇବା ସହ ଅତିଥିଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ । ପୂର୍ବତନ ସିଆର୍‌ସିସି ସଲିଲ ସାହୁ ସଭାପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ନାରାୟଣ ରଣା ବାର୍ଷିକ ବିବରଣୀ ପଠନ କରିଥିଲେ । ଶେଷରେ ବିଜ୍ଞାନ ଶିକ୍ଷକ ନୀଳାଞ୍ଚଳ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ତଥା ଅବିଭାବକ ଏସ୍‌ଏମ୍‌ସି ସଭ୍ୟସଭ୍ୟା ଓ ଗନିଆଁ ଗ୍ରାମବାସୀ ସହଯୋଗ କରିଥିଲେ । ଶିକ୍ଷକ ସୁରେନ୍ଦ୍ର ବେହେରା ଓ ପୂର୍ଣଚନ୍ଦ୍ର ବଢ଼େଇଙ୍କ ତତ୍ତ୍ୱ।।ବଧାନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନମୋହିଥିଲା ।

Leave A Reply

Your email address will not be published.