ଜୟପାଟଣା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅବସରରେ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଓ ରଙ୍ଗାରଙ୍ଗ ସାଂସ୍କୃତିକ ସନ୍ଧ୍ୟା ସମ୍ପନ୍ନ ହୋଇଯାଇଛି । ଜୟପାଟଣା ସହରର ଐତିହାସିକ କୃଷ୍ଣଚନ୍ଦ୍ର ରଙ୍ଗମଞ୍ଚରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଜିଲ୍ଲାର କୋଣ ଅନୁକୋଣରୁ ପଚାଶରୁ ଅଧିକ କବି ସ୍ୱରଚିତ କବିତା ପାଠ କରିଥିଲେ । ଆୟୋଜିତ କବି ସମ୍ମିଳନୀରେ ସଂସଦର ସଭାପତି ତୀର୍ଥ ରାଜ ଦଳପତି ଅଧ୍ୟକ୍ଷତା କରିଥିବା ବେଳେ ବର୍ଷୀୟାନ ସାରସ୍ଵତ ସାଧକ ରାସ ବିହାରୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅଧ୍ୟାପକ ତଥା ନାଟ୍ୟକାର ମନୋଜ ରଥ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଲେଖନୀକୁ ବାସ୍ତବ ଧର୍ମୀ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଯୁଗଦାତ୍ରୀ ସାହିତ୍ୟ ସଂସଦର ସଭାପତି ବର୍ଷୀୟାନ କବି ପଦ୍ମଲୋଚନ ମିଶ୍ର ଯୋଗ ଦେଇ ଥିଲେ । ସମ୍ପାଦକ ସୁଧାକର ପଣ୍ଡା ବିବରଣୀ ପାଠ କରିଥିଲେ । ଜିଲ୍ଲାର ବର୍ଷୀୟାନ କବି ବନମାଳୀ ମାଝୀ, ଜଗଦୀଶ୍ୱର ମୁଣ୍ଡ, ରବୀନ୍ଦ୍ର ଖମାରୀଙ୍କୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଦ୍ଵିତୀୟ ସତ୍ର ଶ୍ରୀମତୀ ମିନା କୁମାରୀ ମୁଣ୍ଡଙ୍କ ସଭାପତିତ୍‌ତ୍ୱରେ ଆରମ୍ଭ ହୋଇ ଥିବା ବେଳେ ଭାଷାବିତ୍ ସୁଦର୍ଶନ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ । ଅଧ୍ୟାପକ ତଥା ଗବେଷକ ପରମେଶ୍ୱର ମୁଣ୍ଡ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସାହିତ୍ୟ ସାଧନା କ୍ଷେତ୍ରରେ ଜୟପାଟଣା ଅଞ୍ଚଳର ପ୍ରୟାସକୁ ପ୍ରଶଂସା କରିଥିଲେ । ବରିଷ୍ଠ ସାମ୍ବାଦିକ ଶେଷ ଦେବ ବେହେରା, ଚଇତି ଚଢ଼େଇର ସମ୍ପାଦକ ଶ୍ରୀନିବାସ ବେହେରା, ରବୀନ୍ଦ୍ର ଖମାରୀ, ଅଧ୍ୟାପକ ଶ୍ରବଣ ଗୁପ୍ତ, କବି ଲିଙ୍ଗରାଜ ପାତ୍ର, ରାଜେଶ ମୁଣ୍ଡ, ସତ୍ୟ ରାଜପୁତ, କୈଳାସ ରାଉତ, ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସିନ ଥିଲେ । ସଂସଦର ବରିଷ୍ଠ ସଦସ୍ୟ ପ୍ରାଣ ରଞ୍ଜନ ବେହେରା ସ୍ୱାଗତ କବିତା ପଠନ କରିଥିଲେ । ଅଧ୍ୟାପକ ମାନସ ପଣ୍ଡା, ଯୁବ ଭସ୍ୟକାର ଚିତ୍ତରଂଜନ ଦଳପତି, ଶଙ୍କର ଦୟାଲ ସିଂହ, ପ୍ରଶାନ୍ତ କୁମାର ପଣ୍ଡା, ସତ୍ୟବତୀ ତ୍ରିପାଠୀ, ଯଶୋଦା ପଟ୍ଟନାୟକ, ମମତା ପଣ୍ଡା, ବିରଞ୍ଜନ ନାଏକ, ସରୋଜ ସାହୁ ପ୍ରମୁଖ ସଂଯୋଜନା କରିଥିଲେ । ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା ।

Leave A Reply

Your email address will not be published.