ଏମ୍.ଗଣ୍ଡପାଲି ସ୍କୁଲର ବାର୍ଷିକୋତ୍ସବ

  • ଆତ୍ମବିଶ୍ୱାସ ଦୃଢ ହେଲେ ସଫଳତା ସୁନିଶ୍ଚିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଏମ୍‌.ଗଣ୍ଡପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କାଉନସିଲର ରେଣୁକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ସ୍କୁଲର ପ୍ରଧାନଶିକ୍ଷକ ଗହକିଲାଲ ନାଏକଙ୍କ ଅଧ୍ୟକ୍ଷତାରେ ଜାରିଂ ସିଆର୍‌ସିସି ରାଜେଶ୍ଵର ବେହେରା, ସ୍ଥାନୀୟ ଗୌନ୍ତିଆ ସୁବାସ ପଧାନ, ଶିକ୍ଷାବିତ୍ ନବକିଶୋର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆତ୍ମବିଶ୍ୱାସ ଦୃଢ ହେଲେ ସଫଳତା ସୁନିଶ୍ଚିତ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ସ୍କୁଲର ଛାତ୍ରଛାତ୍ରୀଗଣ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ । ଶିକ୍ଷୟିତ୍ରୀ ଲିଲିମା ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସ୍କୁଲ ପରିଚାଳନା କମିଟି ସଦସ୍ୟମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ବିକାଶ ଚନ୍ଦ୍ର ଗଡତିଆ ସଭାକୁ ସଂଯୋଜନା କରିଥିଲେ । ଶିକ୍ଷୟିତ୍ରୀ ଚନ୍ଦ୍ରକଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଶିକ୍ଷୟିତ୍ରୀ ରୀତା କ୍ଷେତିଙ୍କ ସଂଯୋଜନାରେ ପୂର୍ବରୁ ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Leave A Reply

Your email address will not be published.