ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଇକମାଲ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର, ମୁଖ୍ୟବକ୍ତା ଶାନ୍ତନୁ ସାହୁ ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ, ଦୀପ୍ତିପୁର ଏବଂ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ମୀନକେତନ ସାହୁ, ସମ୍ପାଦକ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ବରଗଡ଼, ମହେଶ୍ୱର ହରିପାଲ ସାଧନ କେନ୍ଦ୍ର ସଂଯୋଜକ, ଚୈତନ୍ୟ ଭୋଇ ପ୍ରଧାନ ଆଚାର୍ଯ୍ୟ ସରସ୍ଵତୀ ଶିଶୁ ମନ୍ଦିର, ପଦ୍ମପୁର, ଦିଲ୍ଲୀପ କୁମାର ବେହେରା, ସରପଞ୍ଚ ଟେମରୀ ଗ୍ରାମ ପଞ୍ଚାୟତ ଯୋଗ ଦେଇଥିଲେ । ସଭାରେ ସଭାପତିତ୍ଵ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଳିତ ମୋହନ ଭୋଇ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାାନ ଗୀତନାଚ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସଭାକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ବିଦ୍ୟାଳୟର ସହକାରୀ ଶିକ୍ଷକ ଯୁଧିଷ୍ଠିର ଯୋଶୀ ଏବଂ ବିବରଣୀ ପଠନ କରିଥିଲେ ଶିକ୍ଷକ ଉପେନ୍ଦ୍ର ପ୍ରଧାନ । ଏହି ସୁନ୍ଦର କର୍ଯ୍ୟକର୍ମକୁ ବିଦ୍ୟାଳୟର ଶିକ୍ଷକ ମାନଙ୍କ ମଧ୍ୟରେ ଅକ୍ଷୟ ଡୁଡୁକା, କୈଳାସ ବରିହା, ହୃଦାନନ୍ଦ ରଣା, ଶିକ୍ଷୟିତ୍ରୀ ରିତୁପର୍ଣ୍ଣ। ସିଂ ବରିହା ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବସନ୍ତ ସାହୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।