ସମ୍ବଲପୁର, (କେପିଏନ୍ଏସ୍) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ଜି.ପି.ଆର୍ ମହାବିଦ୍ୟାଳୟ କୁନ୍ତରାର ୪୮ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ରଂଜନ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରୋ. ବିଧୁଭୂଷଣ ମିଶ୍ର ମୁଖ୍ୟଅତିଥି, ସମ୍ବଲପୁର ଭିଜିଲାନ୍ସ ଏସ. ପି. ପ୍ରଦ୍ୟୁମ୍ନ ଦ୍ୱିବେଦୀ ମୁଖ୍ୟବକ୍ତା, ଅବସରପ୍ରାପ୍ତ ଅଧ୍ୟକ୍ଷ ଗଗନ ବିହାରୀ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନେ କଲେଜରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଅଧ୍ୟାପିକା ଦୀପିକା ବେହେରା ସଭା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧ୍ୟାପକ ଅରୁଣ କୁମାର ବେହେରା, ଅଧ୍ୟାପକ ତରୁଣ କୁମାର ପୃଷେଠ, ଟିକେଲାଲ ମେହେର, ତୁଲାରାମ ଦଣ୍ଡସେନା, ସଦାନନ୍ଦ ମରେଇ, ରାଜେଶ ମାକର, ରୁଦ୍ରଦତ୍ତ ପଟେଲ, ଦୀପକ ପଟେଲ, ନରେଶ କିଷାନ୍, ଅଧ୍ୟାପିକା ସ୍ମିତା ପଟେଲ, ରତ୍ନମଞ୍ଜରି ସାହୁ, ବର୍ଷା ମୁଦୁଲି, ଡଲି ନାୟକ, ସୁକାନ୍ତି ତୁରୀ, ପୂଜା ବନଛୋର ପ୍ରମୁଖ ସହଯୋଗ କରିଥିଲେ । ଅଧ୍ୟାପକ ଯୋଗେନ୍ଦ୍ର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।