ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ତା.୦୮.୦୨.୨୦୨୬ ରିଖ ଦିନ କୃଷ୍ଣଚନ୍ଦ୍ର କ୍ଲବ ମଞ୍ଚରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଶିଷ୍ଟ ଘୁମୁରଗୁରୁ ତଥା ବିଶେଷଜ୍ଞ ତୀର୍ଥରାଜ ଦଳପତିଙ୍କ ସଭାପତିତ୍ୱରେ ପ୍ରାକ୍ତନ ପ୍ରାଧ୍ୟାପକ ଦାଶରଥି ଆଚାର୍ଯ୍ୟ, ମୁଖ୍ୟ ଅତିଥି, ପଦ୍ମ ମିଶ୍ର ମୁଖ୍ୟବକ୍ତା, ଜୁନାଗଡ ମୂର୍ଚ୍ଛନା ସାହିତ୍ୟ ସାଂସଦ ସଭାପତି କୈଳାଶ ଚନ୍ଦ୍ର ରାଉତ, ଧର୍ମଗଡ ସଭାପତି ଲିଙ୍ଗରାଜ ପତ୍ର, ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରବଣ ଗୁପ୍ତ, ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂପାଦକ ସିଦ୍ଧାର୍ଥ ମିଶ୍ର ବିବରଣୀ ପଠନ କରିଥିଲେ। ବିଶିଷ୍ଟ ସାହିତ୍ୟିକ ଓ ଉଦ୍ଘୋଷକ ମାନସ ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ପରେ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇ ଜିଲ୍ଲାର କୋଣ ଅନୁକୋଣରୁ କବିମାନେ ଯୋଗ ଦେଇଥିଲେ । ଲୋକ କବି ରବୀନ୍ଦ୍ର ଖମାରୀଙ୍କ ପୁସ୍ତକ ପୁରା ଉନ୍ମୋଚନ ହୋଇଥିଲା । ଜଗଦୀଶ ବୈଠାରୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଗୌରଚନ୍ଦ୍ର ସାହୁଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଙ୍ଗୀତକାର ଓ ନାଟ୍ୟକାର ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ପ୍ରାଣ ରଞ୍ଜନ ବେହେରା, ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ଉପଦେଷ୍ଟା ପ୍ରତାପ ଦାସ ଅଧିକାରୀ, ସହ ସମ୍ପାଦକ ଶଙ୍କର ଦୟାଲ ସିଂହ, ଉପସଭାପତି ସ୍ୱର୍ଣପ୍ରଭା ରଥ, ଲଳିତ ନାୟକ, ସରୋଜ ସାହୁ, ବିକାଶ ସାହୁ, ବିରଞ୍ଜନ ନାଏକ, ଅଞ୍ଜନ ସାହୁ, ଯଶୋଦା ପଟ୍ଟନାୟକ, ଶାଶ୍ଵତୀ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।