ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ୍ ତାଲଜୁରୀ ଆଦିବାସୀ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନେପାଲ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ହିମାଞ୍ଚଳ ମେହେର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଂଚ ଶେଷଦେବ ଖମାରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିନିଧି ସସ୍ମିତା ବାଗ, ମୀନକେତନ ମେହେର, ମିଶ୍ର ବରିହା, ସାମ୍ବାଦିକ ବିମଳେନ୍ଦୁ ସାହୁ, ମହେଶ କର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ନାଚଗୀତ, ବକ୍ତୃତା ତଥା ଫେନ୍ସୀ ଡ୍ରେସ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିସହିତ ଛାତ୍ରଛାତ୍ରୀଙ୍କ ଦ୍ଵାରା ସଚେତନତା ବାର୍ତ୍ତା ବହନ କରୁଥିବା କ୍ଷୁଦ୍ର ନାଟିକା ମଞ୍ଚସ୍ଥ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଞ୍ଚାସୀନ ଅତିଥିଙ୍କ ସମେତ ପୁରାତନ ସ୍କୁଲ୍ ସମ୍ପାଦକ ତଥା ଭଦ୍ରବ୍ୟକ୍ତିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ନବମ ଶ୍ରେଣୀ ଛାତ୍ରୀ ସୁନିତା ସାହୁ ଶ୍ରେଷ୍ଠ ଛାତ୍ରୀ ଭାବେ ଓ ବେଷ୍ଟ ଉପସ୍ଥାନ ଭାବେ ପୂର୍ଣ୍ଣିମା ସାହୁ ପୁରସ୍କୃତ ହୋଇଥିଲେ । ଏଥିସହିତ ଖେଳ ପ୍ରତିଯୋଗିତାରେ ଦୟାସାଗର ମେହେର ଓ ତୃପ୍ତି ବାଗ ଚମ୍ପିୟାନ ହୋଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥଲେ ଶିକ୍ଷକ ଦିଲୀପ କୁମାର୍ ମିଶ୍ର ଓ ସୁରେଶ କୁମାର୍ ଦାସ । ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଶିକ୍ଷକ ପ୍ରମୋଦ କୁମାର କଲେତ୍ ।