ନୃସିଂହନାଥ ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିଜୟ ଶଙ୍କର ଦେହେରୀଙ୍କ ତତ୍ୱାବଧାନରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାହେବ ଅଶ୍ଵିନୀ ସାହୁ ଏବଂ ୨ୟ ଦିନ ଗୁରବାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଡ଼ ଶତପଥୀ ଯୋଗ ଦେଇପୁରସ୍କାର ବଣ୍ଟନ କରିଥିଲେ । ବିଦ୍ୟାଳୟର ଝିଅମାନେ ଏକ ନିଆରା କ୍ଷୁଦ୍ର ନାଟିକା ଖେଳ ପଡିଆରେ ଅଭିନୟ କରିଥିଲେ । ଅଭିନୟଟି ଥିଲା ବିବାହ ହେଲେ କିପରି ଝିଅ ଦେଖାଯାଏ, ଏହାପରେ କିପରି ବିବାହ ହୁଏ, ତାପରେ ବିବାହ ହୋଇ ଝିଅଟି କିପରି ମଦୁଆ ସ୍ୱାମୀକୁ ସାବ।ଡ କରେ ଏବଂ ସୁନ୍ଦର ଭାବରେ ସୁନାର ସଂସାର ଗଢେ । ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରିତମ କୁମାର ପଣ୍ଡା ଓ ଅନ୍ୟ ବିଦ୍ୟାଳୟରୁ ଆସିଥିବା ଖେଳ ଶିକ୍ଷକ ରଜତ କୁମାର ମିଶ୍ର, ଅକ୍ଷୟ କୁମାର ସାହୁ, ଅମିତ ସାହୁ, ଭୁବନେଶ୍ୱର ସାହୁ କ୍ରୀଡା ପରିଚାଳନା କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଆଶୁତୋଷ ସାହୁ ଧନ୍ୟବାଦ ଦେଇଥିଲେ । ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । କ୍ରୀଡାରେ ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.