om academy

ଗଞ୍ଜାମ ମହିଳା ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରସ୍ଥିତ ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ମହୋତ୍ସବ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମଠାରେ ଉଦ୍‌ଘାଟିତ ହୋଇଯାଇଛି । ମହାବିଦ୍ୟାଳୟ ଅଧକ୍ଷା ଶ୍ରୀମତୀ ଲିପିକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏନଏସିର ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ପାଢ଼ୀ, ମୁଖ୍ୟବକ୍ତା ଭାବେ ଗଞ୍ଜାମ ପଞ୍ଚାୟତ ସମିତି ଉନ୍ନୟନ ଅଧିକାରୀ ବସନ୍ତକୁମାର ମଲ୍ଲିକ ଓ ସମ୍ମାନୀୟ ଅତିଥି ଭାବେ ଗଞ୍ଜାମ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ପରିଚାଳନା କମିଟି ସମ୍ପାଦକ ମଙ୍ଗରାଜ ପଣ୍ଡା ମଞ୍ଚାସିନ ଥିଲେ । ଶ୍ରୀ ପଣ୍ଡା ଅଥିତି ପରିଚୟ ଦେବା ସହ ବିବରଣୀ ପାଠ କରିଥିଲେ । କ୍ରୀଡା ଉତ୍ସବରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ସ୍ଵାଗତିକା ତରାଇ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ । ସେହିପରି ସଟ୍‌ଫୁଟ୍‌ରେ ରଜେଶ୍ୱରୀ ମହାନ୍ତି, ଜାଭେଲିନ ଥ୍ରୋରେ ଦିପ୍ତିମୟୀ ମଣ୍ଡଳ, ହାଇଜମ୍ପ୍‌ରେ ଇପ୍ସିତା ଡାକୁଆ, ଲଙ୍ଗ୍‌ଜମ୍ପ୍‌ରେ ସ୍ୱାଗତିକା ତରାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେମିତି ବେଡମିଣ୍ଟନରେ ରାଜେଶ୍ୱରୀ ମହାନ୍ତି, ସ୍କିପିଙ୍ଗରେ ପୟସୋନି ମହାନ୍ତି, ଲେମନ ସ୍ପୂନ ଓ ରିଙ୍ଗବଲ୍ ପ୍ରତିଯୋଗିତାରେ ଦିପ୍ତୀମୟୀ ମଣ୍ଡଳ ପ୍ରଥମ ସ୍ଥାନ ଅଧିକାର କରି କୃତି ବିବେଚିତ ହୋଇଛନ୍ତି । ପିଇଟି ସୁଶାନ୍ତ କୁମାର ଦାସ ଓ ସୁନିଲ କୁମାର ପାଢ଼ୀ କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ସୁପରିଚଳନା କରିଥିଲେ ।

Leave A Reply

Your email address will not be published.