centurian jitm

ଦେଓଗାଁ ବ୍ଲକ ବାରିକ ସମାଜର ବାର୍ଷିକ ବୈଠକ

nschool

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ୧୦ଟା ସମୟରେ ଦେଓଗାଁ ବ୍ଲକ ବାରିକ ସମାଜର ବାର୍ଷିକ ବୈଠକ ଜରାସିଂହା ସ୍ଥିତ ଲକ୍ଷ୍ମଣ କୁଣ୍ଡରେ ହୋଇଯାଇଛି । ଏହି ବୈଠକରେ ସମାଜର ସଭାପତି ରାଜକୁମାର ବାରିକ ସଭାପତିତ୍ବ କରିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଦଶରଥ ପସାୟତ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ । ଅତିଥି ଭାବେ ଜିଲ୍ଲା କୋଷାଧ୍ୟକ୍ଷ ନନ୍ଦିକିଶୋର ବାରିକ, ଜିଲ୍ଲା ସେଲୁନ ସଂଘର ପୂର୍ବ ସଭାପତି ଶଙ୍କର ବାରିକ, ଗୁଡ଼ଭେଲା ବ୍ଲକ୍ ସଭାପତି ଦାମୋଦର ବାରିକ, ସମ୍ପାଦକ ମନ୍ମଥ ବାରିକ, ସଇଁତଳା ବ୍ଲକ୍ ସଭାପତି ଦୂର୍ବାଦଳ ପଶାୟତ, ସମ୍ପାଦକ ବିନୋଦ ବାରିକ, ଦେଓଗାଁ ବ୍ଲକ କୋଷାଧ୍ୟକ୍ଷ ଦ୍ଵିତିକୃଷ୍ଣ ପସାୟତ, ଉପସଭାପତି ଧ୍ରୁବଚରଣ ପସାୟାତ, ବିରଞ୍ଚି ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ପୁରନ୍ଦର ବାରିକ ମଞ୍ଚ ପରିଚାଳନା କରିଥିଲେ । ସମାଜର ଶୈକ୍ଷିକ ଉନ୍ନତି, ଆର୍ଥିକ ଉନ୍ନତି ପରସ୍ପର ସୁସମ୍ପର୍କ, ନିଶା ନିବାରଣ ସଂଗଠିତ ତଥା ସଂସ୍କାରିତ ହେବାକୁ ନିଜ ନିଜ ମତ ଦେଇଥିଲେ । ତନୟା ବାରିକ ସମାଜକୁ ଶିକ୍ଷା ଦିଗରେ ଅଗ୍ରଗତି କରିବା ସହ ନାରୀ ଶିକ୍ଷା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ । ଦେଓଗାଁ ବ୍ଲକ ସମାଜ ପକ୍ଷରୁ ଯୁଧିଷ୍ଟିର ପସାୟତ, ଗୋକୁଳ ପସାୟତ, ନାରାୟଣ ବାରିକ, ନବୀନ ବାରିକ, ଶ୍ରୀପତି ବାରିକ, ଅର୍ଜୁନ ପସାୟତ, ଘାସି ପସାୟତ, ଚମରୁ ବାରିକ, ମୀନକେତନ ବାରିକ, ଜୟ ବାରିକ, ଅମୂଲ୍ୟ ବାରିକ, ସଙ୍କୀର୍ତ୍ତନ ପସାୟତ, ବିଦ୍ୟାଧର ପସାୟତ, ଭୋଲାନାଥ ପସାୟତ, ନୀଳାଚଳ ପସାୟତ, ହୃଷୀକେଶ ପସାୟତ, ଟୁନା ପସାୟତ, ଆର୍ତ୍ତ ପସାୟତ, ମହେଶ ପସାୟତ, ମୀନକେତନ ବାରିକ ପ୍ରମୁଖ ସହଯୋଗ କରିବା ସହ ଉତ୍ସବକୁ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!