centurian jitm

ଗୋଣ୍ଡୱାନା ଗୋଣ୍ଡ ମହାସଭା ଲୋଇସିଂହା ମଣ୍ଡଳର ବାର୍ଷିକ ଅଧିବେଶନ

nschool

ଲୋଇସିଂହା, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗାେଣ୍ଡୱାନା ଗାେଣ୍ଡ ମହାସଭା ଲୋଇସିଂହା ମଣ୍ଡଳ ସ୍ତରୀୟ ବାର୍ଷିକ ଅଧିବେଶନ ସ୍ଥାନୀୟ ଆଦିବାସୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ମଣ୍ଡଳ ସଭାପତି ମଙ୍ଗଳୁ ଧରୁଆଙ୍କ ସଭାପତିତ୍ବରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଖିଳ ଭାରତୀୟ ଗାେଣ୍ଡୱାନା ଗାେଣ୍ଡ ମହାସଭା ଓଡ଼ିଶା ପ୍ରାଦେଶିକ କମିଟିର ସଭାପତି ମହେନ୍ଦ୍ର ନାୟକ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଉପସଭାପତି ବିନୋଦ ବିହାରୀ ମଲ୍ଲିକ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ, ମହାସଚିବ ରାମଚନ୍ଦ୍ର ଧରୁଆ, ଉପ ସଭାପତି ଆଦିକନ୍ଦ ଭୋଇ, ଝାରସୁଗୁଡ଼ା ମହାସଚିବ ଶ୍ୟାମଲାଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୋଇସିଂହା ମଣ୍ଡଳ ସଭାପତି ଦଶରଥ ଛତ୍ରିଆ, ପୁଇନ୍ତଲା ମଣ୍ଡଳ ସଭାପତି ଭାଗବତ ପ୍ରସାଦ ଧରୁଆ, ଦେଓଗାଁ ସମ୍ପାଦକ ସୁରଥ ଧରୁଆ, ସଇଁନ୍ତଲା ସଭାପତି ସନ୍ତୋଷ ପୁଟା, ପାଟଣାଗଡ ପ୍ରତିନିଧି ଲେକୃ ଧରୁଆ, ଜିଲ୍ଲା ସଭ୍ୟ କେଶରୀ କୁଅଁର, ପ୍ରିତିଚନ୍ଦ୍ର ରାଏ, ଦେବରାଜ ଭୋଇ, ସମ୍ପତି ମାଝୀ, ଦାଶରଥି ଭୋଇ, ଭୁବନେଶ୍ୱର ଧରୁଆ ପ୍ରମୁଖ ମଞ୍ଚାସୀନ ଥିଲେ । ଲୋଇସିଂହା ମଣ୍ଡଳର ସମସ୍ତ ସଭାପତି ଓ ସମ୍ପାଦକ, ଜିଲ୍ଲା ଗାେଣ୍ଡୱାନା ଛାତ୍ର ଆୟୋଜନ ସମିତିର ସଭାପତି ଲଳିତ ମୋହନ ପୁଟା, ମହାସଚିବ ସୁବ୍ରତ କୁଅଁର, ଉପସଭାପତି ଚନ୍ଦ୍ରଶେଖର କୁଅଁର, ଦେବେନ୍ଦ୍ର ପୁଟା, ସଞ୍ଜୟ କଏଣ୍ଡା, ଶାନ୍ତନୁ ମଲ୍ଲିକ, ଟିକେଲାଲ ଧରୁଆ, ରୁକ୍ମଣ ଧରୁଆ, ଗୋବିନ୍ଦ ଭୋଇ, ଆଲ୍ଲାଦିନି ଧରୁଆ, ମାମି ଧରୁଆ, ପ୍ରଶାନ୍ତ କଏଣ୍ଡା, ଦେବାଶିଷ ବିଶୋଇ, ପ୍ରତିଭା ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଲୋଇସିଂହା ମଣ୍ଡଳର ମହିଳା ମାନଙ୍କୁ ନେଇ ଏକ ସଂଗଠନ ଗଠନ କରାଯିବା ସହିତ ଏହାର ସଭାନେତ୍ରୀ ରୂପେ ପୁରାଣବତି ପୁଟା ଓ ସମ୍ପାଦକ ରୁପେ ସୁରୁଚି ଧରୁଆକୁ ମନୋନୀତ କରାଯାଇଥିଲା । ଖଲିଆପାଲି ଗ୍ରାମର ରାଣୀ ଦୁର୍ଗାବତୀ ନୃତ୍ୟ ଦଳ ଓ ସାଲେଡୁଙ୍ଗୁରୀର ଜଂଘାମାତା ନୃତ୍ୟ ଦଳ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହୋଇଥିଲା । ସତ୍ୟ ଦଳପତି ମଞ୍ଚ ପରିଚାଳନା କରିଥିବା ବେଳେ ଚନ୍ଦ୍ରଶେଖର କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!