ommm
jittmm

ସରକାରୀ କାର୍ଯ୍ୟକୁ ଦଳୀୟ ପ୍ରଚାର ହିସାବରେ ଉଦଘାଟନ କରୁଛନ୍ତି ବିଧାୟିକା ବର୍ଷା ସିଂ ବରିହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜପଡାଠାରେ ସରକାରୀ ଅର୍ଥ ବ୍ୟୟରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ନବ ନିର୍ମିତ ଏକ ଅତ୍ୟାଧୁନିକ ଶବ ଦାହ ଶ୍ମଶାନ ଓ ପଦ୍ମପୁର ବରଗଡ଼ ରାସ୍ତାରେ ଥିବା ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ଚାରି ପାର୍ଶ୍ୱରେ ହୋଇଥିବା ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକୁ ବିନା କୌଣସି ସରକାରୀ ଅବଗତୀ ବା ଅଧିକାରୀଙ୍କୁ ଜଣାଇ ନିଜ ମନ ମୁତାବକ ଦଳୀୟ ଏଜେଣ୍ଡା ପାଇଁ ବିଧାୟିକା ବର୍ଷା ସିଂ ବରିହା ଉଦଘାଟନ କରିଥିବା ଅଭିଯୋଗ କରିଛନ୍ତି । ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁରର ୱାର୍ଡ ନଂ. ୦୨ର କାଉନସିଲ ଇଂ କୁନାଲ ପାଣିଗ୍ରାହୀ,୦୮ ର ପ୍ରମିଳା ମେହେର,ଓ ୦୯ ର ଚିନ୍ମୟ କୁମାର ପଣ୍ଡା । ତେବେ ଅଭିଯୋଗ ଅନୁଯାୟୀ ସରକାରୀ ଟଙ୍କାରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହରର ସୌନ୍ଦର୍ୟ୍ୟକରଣ ଓ ଜନ ହିତ ପାଇଁ ଉଭୟ ପ୍ରକଳ୍ପ ମାନ କରାଯାଇଥିବା ବେଳେ ଏହାର ବିଧି ବଦ୍ଧ ଉଦଘାଟନ ସରକାରୀ ସ୍ତରରେ ପ୍ରଶାସନ ଦ୍ୱାରା କରାଯିବା ସହ ଉଦଘାଟନୀ ଫଳକରେ ପ୍ରକଳ୍ପର ଆୟବ୍ୟୟ ସହ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ନିମନ୍ତ୍ରିତ ଅତିଥିଙ୍କ ନାମ ରହିବା କଥା ଏବଂ ନିରପେକ୍ଷ ଭାବରେ ସମସ୍ତଙ୍କ ଉପସ୍ଥିତରେ ଉଦଘାଟନ କରିବାର ନିୟମ ଅଛି । ହେଲେ ଏହି ସମସ୍ତ ନିୟମକୁ ଖୁଲମ ଖୁଲା ପ୍ରତ୍ୟାଖାନ କରିବା ସହ ସରକାରୀ ପ୍ରକଳ୍ପର ଉଦଘାଟନ ନିଜର ଦଳୀୟ ରାଜନୈତିକ ଉଦ୍ଦେଶ୍ୟରେ କିଛି ଦଳୀୟ କର୍ମୀ ଓ ଦଳୀୟ ସାମର୍ଥିତ କାଉନସିଲରମାନଙ୍କ ଉପସ୍ଥିତିରେ ନିଜ ନାମ ଫଳକ ସହ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଉଦଘାଟନ କରିଥିବା ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ତିନି କାଉନସିଲର । ତେବେ ଏହି ଘଟଣାର ଉଚ୍ଚିତ ତଦନ୍ତ ସହ ବିହିତ ପଦକ୍ଷେପ ନିଆଯାଉ ଏବଂ ଆଗାମି ଦିନରେ ଯେପରି ଏପରି ଘଟଣାର ପୁନରାବୃତ୍ତି ନଘଟୁ ଏହାପ୍ରତି ପ୍ରଶାସନ ଦୃଷ୍ଟି ଦେଉ ବୋଲି ଦାବି ପାରିଛନ୍ତି ତିନି ବିଜେପି କାଉନସିଲ ପ୍ରମିଳା ମେହେର, ଚିନ୍ମୟ କୁମାର ପଣ୍ଡା ଓ ଇଂ. କୁନାଲ ପାଣିଗ୍ରାହୀ ।

Leave A Reply

Your email address will not be published.