ଲଗାଣ ବର୍ଷାରେ ବୁଡ଼ିଲା ପୋଲ : ଯାତାୟାତ ବାଧାପ୍ରାପ୍ତ

ମାଲକାନଗିରି : ଲଗାଣ ବର୍ଷାରେ ପୁଣି ବୁଡ଼ିଲା ପୋଲ । ଯାତାୟାତ ବାଧାପ୍ରାପ୍ତ । ମାଲକାନଗିରି ଜିଲ୍ଲା କାଙ୍କରକୋଣ୍ଡା ଓ କନ୍ୟାଆଶ୍ରମ ପୋଲ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଗତକାଲିଠାରୁ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି । ପୋଲ ଉପରେ ପାଣି ଥିବାରୁ ୩୨୫ ନମ୍ବର ଜାତୀୟ ରାଜପଥର ଉଭୟ ପାଖରେ ଅଟକି ରହିଛି ଶହ ଶହ ଗାଡ଼ି ।

Leave A Reply

Your email address will not be published.