ଆଜି ଦିଲ୍ଲୀରେ ହୋଇପାରେ ବର୍ଷା

ନୂଆଦିଲ୍ଲୀ : ଦେଶରେ ପ୍ରବଳ ଗରମ ପ୍ରଭାବରେ ଲୋକେ ହସ୍ତସନ୍ତ ହେଉଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି ଯେ, ଉତ୍ତର-ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଭାରତରେ ଉତ୍ତାପର ତୀବ୍ରତା ଆସନ୍ତା ତିନି ଦିନ ମଧ୍ୟରେ ହ୍ରାସ ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଜୁନ୍ ୩ ଏବଂ ଜୁନ୍ ୪ରେ ଜାତୀୟ ରାଜଧାନୀରେ ବର୍ଷା ସହିତ ବଜ୍ରପାତ ହେବାର ପୂର୍ବାନୁମାନ କରିଛି । ଉଭୟ ଦିନରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୪୫ ଡିଗ୍ରୀ ସେଲସିୟସ୍ ଏବଂ ୩୦ ଡିଗ୍ରୀ ସେଲସିୟସ୍ ରହିବାର ସମ୍ଭାବନା ରହିଛି । ପଡୋଶୀ ରାଜସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ହେବ ବୋଲି ଆକଳନ କରାଯାଇଛି ।

Leave A Reply

Your email address will not be published.