କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ବର୍ଷା

ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଗତ ରାତିରୁ ସକାଳ ସାଢ଼େ ୮ଟା ସୁଦ୍ଧା ବାଙ୍କିରେ ସର୍ବାଧିକ ୧୦୮ ମିମି ବର୍ଷା ରେକର୍ଡ କରାଯାଇଛି । ସକାଳ ଠାରୁ ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଦାରିଙ୍ଗିବାଡ଼ିରେ ସର୍ବାଧିକ ୨୮ ମିମି, ରାୟଗଡ଼ାରେ ୫.୨ ମିମି ଓ କୋରାପୁଟରେ ୪ ମିମି ବର୍ଷା ହୋଇଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ତେଣୁ ୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ମୟୂରଭଞ୍ଜ, ପୁରୀ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଗଜପତି, ରାୟଗଡ଼ା ରହିଥିବା ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.