ଟିକିଏ ବର୍ଷା ଯୋଗୁଁ ଟିଟିଲାଗଡ ସହରବାସୀ ଖରାରୁ ପାଇଲେ ଆଶ୍ୱସ୍ତି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଟିଟିଲାଗଡ ସହର ବି ବାଦ୍‌ ନପଡି ୪୩ ଡିଗ୍ରୀ ତାପମାତ୍ରା ଅତିକ୍ରମ କରିସାରିଥିଲା । ହଠାତ୍‌ ଶୁକ୍ରବାର ରାତି ୩ଟାରୁ ଅତି ଜୋର୍‌ରେ ପବନ ବୋହିବା ସହ ଘଡଘଡି ମାରି ସାମାନ୍ୟତମ ବର୍ଷା ପଡ଼ିଥିଲା । କିଛି ଦିନର ଉତ୍ତପ୍ତ ସହର ଟିଟିଲାଗଡରେ ଶୁକ୍ରବାର କେବଳ ଫ୍ୟାନ୍‌ ଲଗାଇ ଲୋକେ ଶାନ୍ତିରେ ସୋଇ ପାରିଥିବା ପ୍ରକାଶ କରିଛନ୍ତି । ଆଉ କିଛି ଦିନ ଏହିଭଳି ପାଗ ରହିଲେ ଭଲ ହୁଅନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.