ଦେଓଗାଁ ଅଞ୍ଚଳରେ ପ୍ରଚୁର ବର୍ଷା : ରାସ୍ତା, ଘାଟ, ନଦୀ, ନାଳ ଜଳରେ ଭର୍ତ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ରାତି ପ୍ରାୟ ୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ପ୍ରଚୁର ବର୍ଷା ହେବା ଫଳରେ ଦେଓଗାଁ ତଥା ବ୍ଲକ୍ ଅଞ୍ଚଳରେ ସବୁଆଡେ ଭରପୁର ପାଣି ଥିବା ଦେଖିବାକୁ ମିଳୁଛି । ସବୁଆଡେ ଜମି, ବାଡ଼ି, ନଦୀ ନାଳରେ ପାଣି ପ୍ରବାହିତ ହେଉଛି । ରାସ୍ତାଗୁଡିକରେ ମଧ୍ୟ ଆଣ୍ଠୁଏ ପାଣି ଯାଉଥିବା ଦେଖିବାକୁ ମିଳୁଛି । ସରକାରୀ ରିପୋର୍ଟରେ ଦେଓଗାଁରେ ସକାଳ ୧୦ଟା ସୁଦ୍ଧା ୯୫ ମିମି ବର୍ଷା ହୋଇଥିବା ଜଣାପଡିଛି । ସକାଳ ୧୦ଟା ସୁଦ୍ଧା ବର୍ଷା ପାଗ ଲାଗି ରହିଛି ।

Leave A Reply

Your email address will not be published.