oom

ମନୋରଞ୍ଜନ ସାହୁଙ୍କ ବର୍ଣ୍ଣ ବିଚାର ପୁସ୍ତକ ଉନ୍ମୋଚିତ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଆନୁକୂଲ୍ୟରେ ତଥା ବିଭାଗର ଛାତ୍ର ଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାଙ୍କ ଉପସ୍ଥିତରେ ବିଶିଷ୍ଟ ସାହିତ୍ୟିକ ମନୋରଞ୍ଜନ ସାହୁଙ୍କ ଦ୍ଵାରା ରଚିତ ବର୍ଣ୍ଣ ବିଚାର ପୁସ୍ତକର ଦ୍ଵିତୀୟ ସପ୍ସସ୍କରଣ ଲୋକାର୍ପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପତିତପାବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଓଡିଆ ବିଭାଗର ଅଧ୍ୟାପକ ଡକ୍ଟର ଶେଷନ ବିଶି ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସମ୍ପ୍ରତି ରଚିତ ପୁସ୍ତକମାନଙ୍କରେ ପରିଲକ୍ଷିତ ହେଉଥିବା ବ୍ୟାକରଣ ଗତ ତ୍ରୁଟି, ବନାନ ଅଶୁଦ୍ଧି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ଏଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ଓ ଏପରି ସ୍ଥିତିରେ ଶ୍ରୀ ସାହୁଙ୍କ ରଚିତ ପୁସ୍ତକ ଏକ ମାଇଲଖୁଣ୍ଟ ବୋଲି ଅଭିହିତ କରିଥିଲେ । ପୁସ୍ତକ ସମ୍ପର୍କରେ ଲେଖକୀୟ ବକ୍ତବ୍ୟ ପ୍ରଦାନ କରି ପୁସ୍ତକ ପ୍ରଣେତା ମନୋରଞ୍ଜନ ସାହୁ ଓଡ଼ିଆ ଭାଷା ଓ ବ୍ୟାକରଣ ଗତ ତ୍ରୁଟି ସମ୍ପର୍କରେ ବିଷଦ ଆଲୋଚନା କରିବା ସହ ପୁସ୍ତକ ରଚନା ସମ୍ପର୍କୀୟ ଅନୁଭୂତି ଓ ଅଭିଜ୍ଞତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଖଗେଶ୍ବର ମେହେର, ଡକ୍ଟର ସୁନୀତା ବେହେରା, ଅଧ୍ୟାପିକା ଇନ୍ଦ୍ରାଣୀ ସିଂ, ଡକ୍ଟର ରବିନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଭାଗର ଛାତ୍ର ଛାତ୍ରୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମକୁ ସପ୍ସଯୋଜନା କରିଥିଲେ ଅଧ୍ୟାପିକା ଛନ୍ଦା ରାଣୀ ବେସନ ଓ ଧନ୍ୟବାଦ ଜ୍ଞାପନ କରିଥିଲେ ଅଧ୍ୟାପକ ଖଗେଶ୍ୱର ମେହେର ।

jittmm
Leave A Reply

Your email address will not be published.