
ବଲାଙ୍ଗିର, (କେପିଏନ୍ଏସ୍) : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତା. ୦୧/୦୬/୨୦୦୮ ରୁ ୦୧/୦୬/୨୦୧୮ ମଧ୍ୟରେ ବିଭିନ୍ନ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସରକାରୀ ଭୁକ୍ତ କରିବା ପାଇଁ ତା ୦୨/୦୪/୨୦୨୫ରୁ ଭୁବନେଶ୍ୱରରେ ହେବାକୁ ଯାଉଥିବା ମହା ସମାବେଶ ସଂପର୍କରେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଖଣ୍ଡର ଖଣ୍ଡ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା ଯେ, ପର୍ଯ୍ୟନ୍ତ ତାଙ୍କୁ ଓଡ଼ିଶା ସରକାର ତାଙ୍କ ଅଧିକାର ନଦେବ ସେତେଦିନ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଚାଲୁ ରହିବ । ପୁଣି ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାଶ ଦେଇଥିବା ନିର୍ଦ୍ଦେଶ ମୁତାବକ ଆସନ୍ତା ତା ୦୨/୦୪/୨୦୨୫ରୁ ହେବାକୁ ଥିବା +୨ ଖାତା ମୂଲ୍ୟାଙ୍କନକୁ ବର୍ଜନ କରିବାକୁ ସମସ୍ତେ ଗୋଟିଏ ସ୍ୱରରେ ନିଷ୍ପତି ନେଲେ । ପରେ ଏଥିପାଇଁ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସେଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ । ପ୍ରକାଶ ଥାଉକି ବଲାଙ୍ଗିର ଜିଲ୍ଲା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ରାଉତ ମଧ୍ୟ ଉପସ୍ଥିତ ଥିଲେ ।