ls

ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ

sb

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ତୃତୀୟ ସାଧାରଣ ପରିଷଦ ବୈଠକ ଉପ-ସଭାପତି ଶ୍ରୀକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସଦାଇପାଲି ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବିଗତ ବର୍ଷରେ ସ୍ୱର୍ଗତ ଆତ୍ମାଙ୍କ ସଦଗତି କାମନା ପୁର୍ବକ ମଂଚର ସଦସ୍ୟମାନେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ପରେପରେ ସାଧାରଣ ସଂପାଦକ ପ୍ରଭାକର ମିଶ୍ର ସଂପାଦକୀୟ ବିବରଣୀ ଓ କୋଷାଧ୍ୟକ୍ଷ ବିରଞ୍ଚି ହୋତା ଆୟ-ବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ । ପ୍ରାନ୍ତୀୟ ଭାଷାରେ ନିର୍ମିତ କରାଯାଇଥିବା ଚଳଚ୍ଚିତ୍ର “ଝରନ”ର ପ୍ରୟୋଜକ ତଥା ଅଭିନେତା ଡ. ଶ୍ରୀକର ମିଶ୍ରଙ୍କୁ ମଂଚ ତରଫରୁ ଫୁଲ ତୋଡା, ଉପଢୌକନ ଓ ମେମେଣ୍ଟୋ ଦେଇ ସମ୍‌ବର୍ଦ୍ଧିତ କରାଯାଇଥିଲା । ଆଗାମୀ ଜାନୁୟାରୀ ମାସରେ ଏକ ବଣଭୋଜି କରିବା, ଫେବୃୟାରୀ ମାସରେ ଦର୍ଶନୀୟ ସ୍ଥାନକୁ ଭ୍ରମଣ କରିଯିବା ତଥା ବିଭିନ୍ନ ଦିବସକୁ ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ଅବସରରେ ଆଗାମୀ ଦୁଇ ବର୍ଷ ପାଇଁ କର୍ମକର୍ତ୍ତା ଚୟନ ହୋଇଥିଲେ । ସଭାପତି ରୁପେ ପ୍ରଭାକର ମିଶ୍ର, ଉପ-ସଭାପତି ଇଂ ପ୍ରଫୁଲ୍ଲ କୁମାର ସାହୁ ଓ ବିରଞ୍ଚି ହୋତା, ସାଧାରଣ ସଂପାଦକ ମନୋରଂଜନ ମିଶ୍ର, ଅତିରିକ୍ତ ସାଧାରଣ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଳ, ଯୁଗ୍ମ ସଂପାଦକ ନିଳାଞ୍ଚଳ ଚିରଗୁନ ଓ ଚୁଡେନ୍ଦ୍ର କୁମାର ବେହେରା, ସଂଗଠନ ସଂପାଦକ ବିନୟ କୁମାର ମିଶ୍ର, କାର୍ଯ୍ୟାଳୟ ସଂପାଦକ ଅଶୋକ କୁମାର ଚାନ୍ଦ, କୋଷାଧ୍ୟକ୍ଷ ନରେନ୍ଦ୍ର କବାଟ ଓ କାର୍ଯ୍ୟକାରୀ ସଭ୍ୟ ଭାବେ କପିଳେଶ୍ୱର ଖମାରୀ, ମଲିଆ ଗଡୁଆ, ଡା. ଗୋପାଳ କୃଷ୍ଣ ମିଶ୍ର, ଅଶୋକ କୁମାର ମିଶ୍ର, ଗଜେନ୍ଦ୍ର ତ୍ରିଭୁବନ ଦାସ, ନବୀନ କୁମାର ନନ୍ଦ, ସୁଶିଳ କୁମାର ଚୋପଦାର, ଆର୍ତ୍ତତ୍ରାଣ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମେହେର ଓ ପ୍ରମୋଦ କୁମାର ଗୁରୁ ଚୟନ ହୋଇଥିବା ବେଳେ ମୁଖ୍ୟ ଉପଦେଷ୍ଟା ରୁପେ ସୁଧାଂଶୁ ଶେଖର ଦର୍ଜୀ, ଉପଦେଷ୍ଟା ପଦ୍ମ ଚରଣ ଆଚାର୍ଯ୍ୟ, ବାସୁଦେବ ମେହେର, ଡା. ପ୍ରମୋଦ କୁମାର ମିଶ୍ର ଓ ଧନଞ୍ଜୟ ମିଶ୍ର ନିର୍ବାଚିତ ହୋଇଥିଲେ । ପୂର୍ବତନ ସଭାପତି ନାରାୟଣ ପାଢୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ମନୋରଂଜନ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

pc pk
Leave A Reply

Your email address will not be published.