ବରିଷ୍ଠ ନାଗରିକ ନୂତନ ପରିଚାଳନା କମିଟି ଗଠନ

  • ପାଇକମାଲ ଅଞ୍ଚଳର ବିକାଶ ଦିଗରେ ସକରାତ୍ମକ ଚିନ୍ତାଧାରା ନେଇ କାମ କରିବାକୁ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକର ସମସ୍ତ ନାଗରିକମାନଙ୍କୁ ନେଇ ଏକ ବୈଠକ ନୃସିଂହନାଥ ଧର୍ମଶାଳା ପରିସରରେ ନନ୍ଦଲାଲ ପ୍ରସାଦ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରା ଯାଇଥିଲା ବୈଠକରେ ପାଇକମାଲ ଅଞ୍ଚଳର ବିକାଶ ଦିଗରେ ସକରାତ୍ମକ ଚିନ୍ତାଧାରା ନେଇ କାମ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ପରେ ସର୍ବ ସମ୍ମତି କ୍ରମେ ବ୍ଲକସ୍ତରୀୟ ଏକ ବରିଷ୍ଠ ନାଗରିକ ନୂତନ ପରିଚାଳନା କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା । ଏହି ପରିଚାଳନା କମିଟିରେ ସଭାପତି ହାଡ଼ୁ ସାହୁ, ଉପସଭାପତି ବଲରାମ ସାହୁ, ସଂପାଦକ ଯୁଧିଷ୍ଠିର ସାହୁ, ସହ ସଂପାଦକ ତପନ ବଢେଇ, କୋଷାଧ୍ୟକ୍ଷ ଗିରିଧାରୀ ସାହୁ ପ୍ରମୁଖ ମନୋନୀତ ହୋଇଥିବା ବେଳେ ପରିଚାଳନା କମିଟି ସଦସ୍ୟ ଭାବରେ ପରମାନନ୍ଦ ସାହୁ, ସୁବାଷ ସାହୁ, ବିଶି ପ୍ରଧାନ, ଜାନକି ଚାନ୍ଦ, ରାଜିନ୍ଦ୍ର ପ୍ରଧାନ, ଉମାକାନ୍ତ ପୁରୋହିତ, ସୁଲୋଚନା ପ୍ରଧାନ, ଚାକମଣି ମେହେର ପ୍ରମୁଖ ରହିଥିଲେ । ଏଥିରେ ମୁଖ୍ୟ ଉପଦେଷ୍ଟା ସଦସ୍ୟ ଭାବରେ ନନ୍ଦଲାଲ ପ୍ରସାଦ ତ୍ରିବେଦୀ, ଭାଗ୍ୟଧର ସାହୁ ପ୍ରମୁଖ ମନୋନୀତ ହୋଇଥିଲେ । ଏଥିରେ ଅଞ୍ଚଳର ଶତାଧିକ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ । ସଭାପତି ଶ୍ରୀ ତ୍ରିବେଦୀ ସଭା ପରିଚାଳନା କରିଥିବା ବେଳେ ସଂପାଦକ ଶ୍ରୀ ବଢେଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.