ଜରାସିଂହାରେ ବରିଷ୍ଠ ନାଗରିକ ସଂଘ ଗଠିତ

ଦେଓଗାଁ, (ମନୀଷ କୁମାର ସାହୁ): ବୁଧବାର ୧୧ଟା ସମୟରେ ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଂହା ସ୍ଥିତ ବ୍ରଜେନ୍ଦ୍ର ନାରାୟଣ ଏଥ୍‌ଲେଟିକ୍‌ ଏସୋସିଏସନ୍ ସଭା କକ୍ଷରେ ପୂର୍ବ ସମିତି ସଭ୍ୟ ଦେବପ୍ରସାଦ ମେହେରଙ୍କ ସଭାପତିତ୍ୱରେ ବରିଷ୍ଠ ନାଗରିକଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଥିଲା । ଏହି ସଭାରେ ଗାଁର ସର୍ବାଙ୍ଗୀନ ବିକାଶ ପାଇଁ ବରିଷ୍ଠ ନାଗରିକମାନଙ୍କର କର୍ତ୍ତବ୍ୟ ଉପରେ ଆଲୋଚନା ହୋଇଥିଲା । ପରେ ସଂଘ ତଥା ଗାଁର ଉନ୍ନତି ପାଇଁ ବରିଷ୍ଠ ନାଗରିକ ସଂଘ ଗଠନ କରିବାକୁ ପ୍ରସ୍ତାବ ଆଗତ ହୋଇଥିଲା । ଏହି ସଂଘର ସଭାପତି ଭାବେ ଦେବପ୍ରସାଦ ମେହେରଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ଚିତ୍ତରଞ୍ଜନ ଥନାପତି, ସମ୍ପାଦକ ସତ୍ୟନାରାୟଣ ପାଣି, ସହ ସମ୍ପାଦକ ଉଜ୍ୱଳ ଝାଙ୍କର ଓ କୋଷାଧ୍ୟକ୍ଷ ଭାବେ ପ୍ରଦୀପ ମହାନ୍ତିଙ୍କୁ ମନୋନୀତ କରାଯାଇଥିଲା । ସେହିପରି ଉପଦେଷ୍ଟା କମିଟିର ସଭ୍ୟ ଭାବେ ପ୍ରମୋଦ ସିଂ ନିନା, ପର୍ଶୁରାମ ସେଠ୍, ଲକ୍ଷ୍ମୀଧର ପୁଟେଲ, ହୃଷିକେଶ ସିଂ ଚିନ୍ଦା, ପ୍ରଶାନ୍ତ ଥନାପତି, ରାଜକିଶୋର ସେଠ୍ ଓ ଅରୁଣ ଭୁଏଙ୍କୁ ମନୋନୀତ କରାଯାଇଥିଲା । ଏହି ସଭାରେ ନିରଞ୍ଜନ ପୁଟେଲ, ଲଳିତ ମେହେର, ପ୍ରଦୀପ୍ତ ସିଂ ନିନା, ବିଜୟ ଦଣ୍ଡସେନା, ବଳରାମ ପତ୍ରୀମାଲି, ଭେଲାଧର ଛତ୍ରିଆ, ଅରୁଣ ଭୋଇ, ଝାରୁ ପତ୍ରୀମାଳିଙ୍କ ସହ ବରିଷ୍ଠ ନାଗରିକମାନେ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.