jayashree

ଖପ୍ରାଖୋଲ ଅଞ୍ଚଳରେ ଜଙ୍ଗଲି ବାର୍‌ହାଙ୍କ ଆତଙ୍କ : ବ୍ୟାପକ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଅଞ୍ଚଳରେ କିଛି ଦିନ ହେଲା ଜଙ୍ଗଲି ବାର୍‌ହା ଆତଙ୍କ ଦେଖିବାକୁ ମିଳିଛି । ରାତିରେ ଚାଷ ଜମିରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଖପ୍ରାଖୋଲ ବ୍ଲକ୍ ଅଞ୍ଚଳର ଘୁନସର, ଖପ୍ରାଖୋଲ, ବାଞ୍ଜିପାଲି, ଝାଲବାହାଲ, ପୁଟୁକେଳଚୁଆ, ତେଲେନପାଲି, ଖୁରୀପାଣି, ତୂର୍ଲା ପ୍ରମୁଖ ଜଙ୍ଗଲ ତଳି ଗାଁ ମାନଙ୍କରେ ଉତ୍ପାତ କରୁଛନ୍ତି ଜଙ୍ଗଲି ବାର୍‌ହା । ଗାଁମାନଙ୍କରେ ରାତି ଅଧରେ ଧାନ, କପା, ରଶକି ଭଳି ବିଭିନ୍ନ ଫସଲ ନଷ୍ଟ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀମାନେ ଧାର କରଜ କରି ଚାଷ କରିଥିବା ବେଳେ ଅମଳ ପୂର୍ବରୁ ନଷ୍ଟ ହେବାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ଗୋଟିଏ ପଟେ ଜଙ୍ଗଲି ହାତୀଙ୍କ ଆତଙ୍କ ଅନ୍ୟପଟେ ଜଙ୍ଗଲି ବାର୍‌ହା ଦ୍ଵାରା ଫସଲ ନଷ୍ଟ ଚିନ୍ତାରେ ଚାଷୀ । ଏନେଇ ହରିଶଙ୍କର ରେଞ୍ଜର ଗିରିଧାରୀ ନାଗଙ୍କୁ ପଚାରିବାରୁ ଯେଉଁ ଚାଷୀମାନଙ୍କର ଫସଲ ବାର୍‌ହା ଯୋଗୁଁ ନଷ୍ଟ ହୋଇଛି ସେମାନେ ନଷ୍ଟ ହୋଇଥିବା ଚାଷ ଜମିର ଆର୍‌ଓଆର୍‌, ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ ସହ ନିର୍ଦ୍ଧାରିତ ଅନୁକମ୍ପା ଆପ୍‌ରେ ଆବେଦନ କରିପାରିବେ ନ ହେଲେ ବନବିଭାଗ କାର୍ଯ୍ୟାଳୟକୁ ଆସି ଅନ୍‌ଲାଇନ ପଞ୍ଜିକୃତ କରିପାରିବେ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.