ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଭେଟିଲା ବରଗଡ଼ ବିକାଶ ମଞ୍ଚ

  • ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ସମସ୍ୟାଙ୍କୁ ନେଇ ହେଲା ଆଲୋଚନା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବିକାଶ ମଂଚର ସଦସ୍ୟମାନେ ଜୁନ ମାସ ୫ ତାରିଖରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା (ଖେଦାପଲି) ପରିଦର୍ଶନ କରିଥିଲେ । ଏହି ସଂକ୍ରାନ୍ତରେ ବରଗଡ ବିକାଶ ମଂଚର ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀକୁ ଭେଟି ଡାକ୍ତରଖାନାର ବିଭିନ୍ନ ସମସ୍ୟା ଯଥା କିଛି ଅଚଳ ପଂଖାକୁ ମରାମତି କରିବା, ରୋଗୀଙ୍କ ସଂଖ୍ୟାକୁ ଦେଖି ପ୍ରତିକ୍ଷାଳୟରେ ଆବଶ୍ୟକୀୟ ବସିବା ବ୍ୟବସ୍ଥା କରିବା, ଏକମାତ୍ର ପରୀଷାଗାରରେ ଭିଡ ନିୟନ୍ତ୍ରଣ କରିବା ପାଇଁ ଆଉ ଏକ ପରୀକ୍ଷାଗାରର ବ୍ୟବସ୍ଥା କରିବା, ସାତଟି ଲିଫ୍ଟ ମଧ୍ୟରୁ ଏକମାତ୍ର କାର୍ଯ୍ୟକ୍ଷମ ଅଛି ଅନ୍ୟ ୬ଟିକୁ ଶୀଘ୍ର ମରାମତି ଦରକାର, ପାନୀୟ ଜଳ ସ୍ଥାନ ଭପରେ ଏକ ସେଡ୍ ତିଆରି କରିବା, ଅପରାହ୍ଣରେ ଡାକ୍ତର ମାନଙ୍କର ସେବାର ସୁଚାରୁ ବ୍ୟବସ୍ଥା କରିବା, ଡାକ୍ତରଖାନା ସାମନାରେ ସେଡ୍ ନିର୍ମାଣ କରି ରୋଗୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ବିଷୟରେ ଆଲୋଚନା କରିଥିଲେ । ଏହି ସମସ୍ୟାଗୁଡିକ ଭପରେ ବିଷଦ ଆଲୋଚନା ହେଲା ପରେ ଜିଲ୍ଲାସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଚାରୁବାଲା ରଥ ସମସ୍ତ ଜରୁରୀ ଦାବୀ ଗୁଡିକୁ ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ଆଲୋଚନା ସମୟରେ ବିକାଶ ମଂଚର ସଦସ୍ୟ ସର୍ଦାର ପ୍ରୀତମ୍ ସିଂହ, ଅଭିଜିତ୍ ପ୍ରତିହାର, ଗୋବିନ୍ଦ ଦାଶ, ସନ୍ତୋଷ ଦାଶ, ରାମକୃଷ୍ଣ ମେହେର, ଆଶୁତୋଷ ରଥ, ଏମ୍.ଡି ଅସଲମ୍ ଓ ମନୋରଂଜନ ପୂଜାରୀ ଉପସ୍ଥିତ ରହି ଏହି ଦାବୀପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.