centurian jitm

ବାଇକ ଚୋରି ରାକେଟକୁ ଠାବ କଲା ବରଗଡ଼ ପୋଲିସ

nschool

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଟାଉନ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ପୋଲିସ୍ ଏକ ବାଇକ ଚୋରି ରାକେଟକୁ ଠାବ କରିଛି । ଏହି ରାକେଟର ୮ଜଣିଆ ଗ୍ୟାଙ୍ଗକୁ ପୋଲିସ ଗିରଫ କରିଛି । ସେମାନଙ୍କ ପାଖରୁ ୨୩ ଗୋଟି ବାଇକ୍ ଜବତ ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତ କିଛିମାସ ହେଲା ଏହି ଗ୍ୟାଙ୍ଗ ବରଗଡ଼ ଜିଲାରେ ସକ୍ରିୟ ହୋଇପଡିଥିଲେ । ଉକ୍ତ ଗ୍ୟାଙ୍ଗକୁ ଧରିବା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପଡିଥିଲା । ତେବେ ଏହି ଗ୍ୟାଙ୍ଗ ଧରାପଡିବା ପରେ ଜିଲ୍ଲାରେ ବାଇକ୍ ଚୋରି କମିବ ନା ପୁଣି ବଢି ଚାଲିବ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.