
ବରଗଡ, (ମୁନ୍ନା ସାହୁ) : ଗତକାଲି ବରଗଡ଼ ପୁରୁଣା ରିଜର୍ଭ ପଡିଆ ନିକଟରେ ନବ ନିର୍ମିତ ଧନୁଯାତ୍ରା ସ୍ମାରକୀ ଗେଟ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀଙ୍କ କରକମଳରେ ଶୁଭ ଉଦ୍ଘାଟନ ହୋଇଯାଇଛି । ବରଗଡ଼ରେ ୫ଟି ଗେଟ ନିର୍ମାଣ ପାଇ ରାଜ୍ୟ ସରକାର ମଞ୍ଜୁରୀ ଦେଇଥିବା ବେଳେ ପୂର୍ବରୁ ୨ଟି ଗେଟ୍ ଉଦ୍ଘାଟନ ହୋଇସାରିଛି । ଗତକଲେି ଆଉ ଗୋଟେ ଗେଟର ଉଦ୍ଘାଟନ ହୋଇଥିବା ବିଧାୟକ କହିଛନ୍ତି । ପୁରୁଣା ରିଜର୍ଭ ପଡିଆ ନିକଟରେ ବିହାରୀ ସମାଜ ପକ୍ଷରୁ ଛଟ ପୂଜା କରାଯାଉଥିବା ବେଳେ ସୂର୍ଯ୍ୟଦେବଙ୍କ ଗେଟ ନିର୍ମାଣ କରାଯାଇଛି । ଏହାସହ ଆଗାମୀ ଦିନରେ ଏହି ସ୍ଥାନର ଉନ୍ନତିକରଣ କରାଯିବ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।