ଧନୁର୍ଯ୍ୟ ମହାଲିଙ୍ଗଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଲଖମରା ପଞ୍ଚାୟତ କୁଧରେନପାଲି ଗ୍ରାମର ୬୭ ବର୍ଷର ବୟସ୍କ ଧନୁର୍ଯ୍ୟ ମହାଲିଙ୍ଗଙ୍କୁ ଏ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳିପାରୁନାହିଁ । ବିଗତ ସରକାର ଦୀର୍ଘ ୨୫ ବର୍ଷ ଶାସନ ଭାରରେ ରହି ମଧ୍ୟ ଓଡ଼ିଶାର ଗରିବ ଶ୍ରେଣୀର ବୃଦ୍ଧବୃଦ୍ଧାମାନଙ୍କୁ ଜାଣିଶୁଣି ସରକାର ଅବହେଳା କରା ଯାଇଥିବାର ସଙ୍ଗୀନ ଅଭିଯୋଗ ଆସିଛି । ଲଖମରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଧରେନପାଲି ଗାଁର ଧନୁର୍ଯ୍ୟ ମହାଲିଙ୍ଗ ବାର୍ଦ୍ଧକ୍ୟ ସମୟରେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦଉଡି ଦଉଡି ନୟାନ୍ତ ହେଲେଣି ହେଲେ ବାର୍ଦ୍ଧକ୍ୟ ଭତ୍ତା ମିଳୁପାରୁନାହଁ । ବିଗତ ସରକାର ଓଡ଼ିଶାର ଜନତାଙ୍କୁ ବିକାଶର ଦ୍ୱାହି ଦେଇ ନିର୍ଯ୍ୟାତିତ ବୃଦ୍ଧାଙ୍କୁ ଭତ୍ତା ଟିଏ ମଧ୍ୟ ଯୋଗାଇ ପାରିଲାନାହିଁ । ଏଣୁ ଜିଲ୍ଲା ଓ ବ୍ଳକ ପ୍ରଶାସନର ବର୍ତ୍ତମାନର ସରକାର କେତେ ଶୀଘ୍ର ବୃଦ୍ଧାଙ୍କୁ ଭତ୍ତା ଯୋଗାଇବାର ବ୍ୟବସ୍ଥା କରିବ ଦେଖିବାକୁ ବାକି ରହିଲା । ଏପର୍ଯ୍ୟନ୍ତ ରାଜ୍ୟରେ ଅନେକ ଖଟିଖିଆ ଶ୍ରେଣୀର ଲୋକେ କିପରି ଅବହେଳାର ଶିକାର ପାଳଟୁଛନ୍ତି ଏହା ଏକ ସଦ୍ୟତମ ଉଦାହରଣ । ଏପଟେ ଧନୁର୍ଯ୍ୟ ମହାଲିଙ୍ଗଙ୍କ ଘର ମଧ୍ୟ ନଥିବାରୁ ଝିଅ ଘରେ ଆଶ୍ରୟ ନେଉଛନ୍ତି । ବୃଦ୍ଧା ଜଣଙ୍କୁ ପଞ୍ଚାୟତ ତରଫରୁ ୫ କେଜି ଚାଉଳ ମିଳୁଥିଲେ ମଧ୍ୟ ଏହା କଣ ଯଥେଷ୍ଟ ବୋଲି ଜନ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏଥିପ୍ରତି ବ୍ଳକ ପ୍ରଶାସନ ଦୃଷ୍ଟିଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.