ବୟସ ୭୦ ଉପରେ, ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଅନେକ ସାମାଜିକ କଲ୍ୟାଣ ଯୋଜନାର କାର୍ଯ୍ୟକାରୀ କରିଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ପେନ୍‌ସନ୍‌ ଯୋଜନା ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେଉଛନ୍ତି । ହେଲେ ସରକାରୀ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ଯୋଗ୍ୟ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସରେଇକେଲା ପଞ୍ଚାୟତ ବୈତାଳଭଟା ଗ୍ରାମର ଅସହାୟ ଗରିବ ବୃଦ୍ଧା ମହିଳା ସାଗୁନ କୁମ୍ଭାର ବୟସ ୭୦ ଉପରେ ହେଲେ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ଅଭିଯୋଗ କରିଛନ୍ତି । ସାଗୁନ କୁମ୍ଭାର ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ସେ କହିଛନ୍ତି । ପ୍ରଶାସନର ଆନ୍ତରିକତା ନଥିବା ଯୋଗୁଁ ସାଗୁନ କୁମ୍ଭାରଙ୍କ ପ୍ରତି ଦୃଷ୍ଟି ନପଡ଼ିବା ପରିତାପର ବିଷୟ ବୋଲି ଅଭିଯୋଗ ହୋଇଛି । ବ୍ଳକ ପ୍ରଶାସନ ଦୃଷ୍ଟି ଦେଇ ସାଗୁନ କୁମ୍ଭାରଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.