
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମରେ ଦଶମୀ ଦିନ ୭୧ତମ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ରାବଣ ପୋଡି ମହୋତ୍ସବ ଧୁମ୍ଧାମ୍ରେ ପାଳିତ ହେବ । ଏଥିପାଇଁ ରାବଣ, ରାମ, ଲକ୍ଷ୍ମଣ, ହନୁମାନ ଓ ନିର୍ଦ୍ଦେଶକଙ୍କୁ ବରଣ କରାଯାଇଛି । ରାବଣ ଭୂମିକାରେ ସୁଜିତ କୁମ୍ଭାର, ରାମ- ଓମ୍ ପ୍ରକାଶ ରଣା, ଲକ୍ଷ୍ମଣ- ସୁରେଶ ଚନ୍ଦ୍ର ହଂସ, ହନୁମାନ- ଲୋଚନ କାରେ ଓ ରଚନା ଓ ନିର୍ଦ୍ଦେଶନା ପାଇଁ ନାଟ୍ୟ ରତ୍ନ ପ୍ରାପ୍ତ ଯୁବ ନାଟ୍ୟକାର ଲଲିତ ଜଗତଙ୍କୁ ବରଣ କରାଯାଇଥିଲା । ପଣ୍ଡିତ ସୁବଳ ପଣ୍ଡା, ଘନଶ୍ୟାମ ପାଢୀ, କର୍ତ୍ତା ପ୍ରତାପ ପଟ୍ଟନାୟକ ଓ ପୂଜା କମିଟିର ସଭାପତି ରୁଷି ଦେବ ରଣା, ଜଗନ୍ନାଥ ପୁଟା, କିଶୋର ଖୁଣ୍ଟିଆ, ବେଦୁରାମ ପଟେଲ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।