
ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ସକାଳୁ ସ୍ଥାନୀୟ ଅନୁଷ୍ଠାନଗୁଡିକର ଅନୁରୋଧ କ୍ରମେ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡ ପରିଦର୍ଶନ କରି ସେମାନଙ୍କର ସମସ୍ୟା ବୁଝି ସମାଧାନ ପାଇଁ ପ୍ରୟାସ କରିଛନ୍ତି । ବସଷ୍ଟାଣ୍ଡର ନବୀକରଣ ଚାଲିଥିବା ବେଳେ ୧୧୮ଟି ବ୍ୟବସାୟୀ ପରିବାର ଏବଂ ୩୨ଟି କୁଲି ପରିବାରର ବିଭିନ୍ନ ସମସ୍ୟାକୁ ରାଜ୍ୟ ସରକାର ଧ୍ୟାନ ଦେଉ ନାହାନ୍ତି । ଦୀର୍ଘ ଦିନ ଧରି ଦୋକାନ କରିଥିବା ସ୍ଥାୟୀ ଦୋକାନୀମାନଙ୍କୁ ତରବରିଆ ଭାବରେ ଥଇଥାନର ବ୍ୟବସ୍ଥା ନ କରି ସେମାନଙ୍କୁ ସେଠାରୁ ଉଠାଇ ଦେବା ପାଇଁ ରାଜ୍ୟ ସରକାର ତରଫରୁ ନିର୍ଦ୍ଦେଶ ଆସିଛି । ବସଷ୍ଟାଣ୍ଡର କାର୍ଯ୍ୟ କରୁଥିବା କୁଲି ମନେ ମଧ୍ୟ ବସ ଚାଲୁନଥିବା ଯୋଗୁଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସାଂସଦ ସେମାନଙ୍କର ସମସ୍ୟାକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବାର ପ୍ରତିଶ୍ରୁତି ଦେଇଛନ୍ତି ଏବଂ ସମସ୍ୟାର ସମାଧାନ କିପରି ହେବ ସେଥି ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ।
