centurian jitm

ଧର୍ମଗଡ ବିଧାୟକଙ୍କ ଇନ୍ଦ୍ରାବତୀ ଗସ୍ତ : ଅଧିକାରୀ ସ୍ତରରେ ବ୍ୟାପକ ଆଲୋଚନା

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାରେ କୃଷି ବିପ୍ଲବ ଆଣିଥିବା ଇନ୍ଦ୍ରାବତୀ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବାର ଛବିଶ ବର୍ଷ ମଧ୍ୟରେ ଜିଲ୍ଲା ପାଇଁ ଅନେକ ପରିବର୍ତନ ଆଣି କଳାହାଣ୍ଡି ଜିଲ୍ଲାକୁ କୃଷି କ୍ଷେତ୍ରରେ ଏକ ବିକଶିତ ଜିଲ୍ଲାର ମାନ୍ୟତା ଦେଇସାରିଛି । ଚାଷୀର ପରିଚୟକୁ ଦ୍ଵିଗୁଣିତ କରିଥିବା ଇନ୍ଦ୍ରାବତୀ ଏବେ ନିଜର ପରିଚୟର ସ୍ଥାୟୀତ୍ୱ ପାଇଁ ସଂଘର୍ଷ କରିବାକୁ ପଡୁଛି । ୧୯୭୮ମସିହାର ଏକ ପାବନ ବେଳାରେ ତତ କାଳୀନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତ ମୋରାରଜୀ ଦେଶାଇଙ୍କ ଦ୍ଵାରା ଶିଳାନ୍ୟାସ ପରେ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା । ଦୁଇ ଦଶନ୍ଧି ପରେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇ ୬୦୦ମେଗା ୱାଟ ବିଦ୍ୟୁତ୍ ଉତ୍ପାଦନ ସହ ୧,୨୮, ୦୧୨ ହେକ୍ଟର ଜମିରେ ଜଳ ସେଚନର ଲକ୍ଷ୍ୟ ପୂରଣ ପାଇଁ ଗତି କଲା । ଇତି ମଧ୍ୟରେ ଇନ୍ଦ୍ରାବତୀର ବାମ, ଦକ୍ଷିଣ ଓ ମେଗା ଲିଫ୍ଟ କେନାଲ ଜିଲ୍ଲାର ୧,୧୮, ୦୪୧ ହେକ୍ଟର ଜ୍ଜମିରେ ଖରିଫ ଜଳ ସେଚନର ଲକ୍ଷ ପୁରାଣ ହୋଇଥିବା ସୂଚନା ମିଳିଛି । ଏବେ ଅନେକ ବର୍ଷର ନିର୍ଭରଶୀଳତା ପରେ ବାମ ମୁଖ୍ୟ କେନାଲର ସମ୍ପୂର୍ଣ୍ଣ ମରାମତି ସହିତ ଲାଇନିଂ ଆବଶ୍ୟକତା ପଡ଼ୁଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାମ ମୁଖ୍ୟ କେନାଲର ନବକଳେବର ପାଇଁ ୫୬୪କୋଟି ଟଙ୍କାର ବ୍ୟୟରେ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସୂଚନା ଦେଇ ସାରିଛନ୍ତି । ଅନ୍ୟପଟେ ଦକ୍ଷିଣମୁଖ୍ୟ କେନାଲର ୪୧କିଲୋ ମିଟର ପର୍ଯ୍ୟନ୍ତ ଲାଇନିଂ କାର୍ଯ୍ୟ ପ୍ରାୟତଃ ପୂର୍ଣ୍ଣାଙ୍ଗ ହୋଇସାରିଥିବା ବେଳେ ପରବର୍ତ୍ତୀ ୪୩କିଲୋମିଟର ମରାମତି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି । ଅନ୍ୟ ପଟେ ୨୬୩୦ବର୍ଗ କିଲୋମିଟର କେଚ ମେଣ୍ଟ ଇଲାକା ମଧ୍ୟରେ ରହି କପୂର୍, ମୁରାନ, ପୋଡାଗଡ ଓ ଇନ୍ଦ୍ରାବତୀର ସମଷ୍ଟିକୁ ନେଇ ଗଢ଼ି ଉଠିଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ୧୧୦ବର୍ଗ କିଲୋମିଟର ମଧ୍ୟରେ ପରିବ୍ୟାପ୍ତ ମୃତ୍ତିକା ଅବକ୍ଷୟ ଏବେ ଜଳଭଣ୍ଡାର ପାଇଁ ମଧ୍ୟ ଅନ୍ତରାୟ ସୃଷ୍ଟି କରିବାରେ ଲାଗିଲାଣି । ସମଗ୍ର ପ୍ରକଳ୍ପ ପାଇଁ ରକ୍ଷଣା ବେକ୍ଷଣ ଅପରିହାର୍ଯ୍ୟଥିବା ବେଳେ ଗତ ରବିବାର ଦିନ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀଙ୍କ ଇନ୍ଦ୍ରାବତୀ ଗସ୍ତ ଏକ ନୂତନ ସନ୍ଦେଶ ଆଣି ପାରେ ବୋଲି ଆଲୋଚନା ହେଉଛି । ଶ୍ରୀଯୁକ୍ତ ପଟ୍ଟଯୋଷୀ ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରାଜକୁମାର ବେହେରା, ମେଗା ଲିଫ୍ଟର ନିର୍ବାହୀ ଯନ୍ତ୍ରୀ ପ୍ରଣୟ ପ୍ରଧାନ, ଓ ଏଚ୍ ପି ସି କତୃପକ୍ଷଙ୍କ ସାଙ୍ଗରେ ବ୍ୟାପକ ଆଲୋଚନା ସହିତ ପୁଣି ଏକ ନୂତନ ଭୂମିଗତ ପାୱାର ହାଉସ ପ୍ରକଳ୍ପକୁ ନେଇ ମଧ୍ୟ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ, ପୂର୍ବ ଜିଲ୍ଲା ସଭାପତି ଶେଷ ଦେବ ବେହେରା, ଜୁନାଗଡ ଏନଏସିର ପୂର୍ବ ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ଧର୍ମଗଡ ଉପଖଣ୍ଡର ସମସ୍ତ ମଣ୍ଡଳ ସଭାପତି, ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପ ସଭାପତି ବିଜୟ ଦିସାରି, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ରମେଶ ମାଝୀ, ମାଣିକ୍ୟ ଜ୍ୟୋତି ପଣ୍ଡାଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ମଙ୍ଗଳ ପୁର ହାତୀ ବେରେଜ, ମେଗା ଲିଫ୍ଟ କେନାଲ, ପମ୍ପ ହାଉସ, ଇଣ୍ଟେକ୍ ୱେଲ, ସର୍ଜ୍ ସାଫ୍ଟ, ପାୱାର ହାଉସ, ଦକ୍ଷିଣ ଓ ବାମ ମୁଖ୍ୟ କେନାଲ ମାନଙ୍କର ପରିଦର୍ଶନ କରିଥିଲେ । ପୂର୍ଣ୍ଣାଙ୍ଗ ଗସ୍ତ ପରେ ଶ୍ରୀଯୁକ୍ତ ପଟ୍ଟଯୋଷୀ କଳାହାଣ୍ଡିର ଆତ୍ମା ବୋଲାଉ ଥିବା ଇନ୍ଦ୍ରାବତୀର ବିକାଶ ପାଇଁ ସରକାରଙ୍କ ପାଖରେ ସ୍ଵତନ୍ତ୍ର ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗସ୍ତ ସମୟରେ ଜନ ସାଧାରଣ ଓ ପ୍ରକଳ୍ପ ଅଧିକାରୀଙ୍କ ଦ୍ଵାରା ଭବ୍ୟ ସ୍‌ସ୍ୱାଗେତ ଦିଆଯାଇଥିଲା ।

Leave A Reply

Your email address will not be published.